Home ଓଡ଼ିଶା ଅବପାତର ରୂପ ନେଲା ଦକ୍ଷଣିପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ – ସନ୍ଧ୍ୟାରେ ନେବ ବାତ୍ୟାର ରୂପ

ଅବପାତର ରୂପ ନେଲା ଦକ୍ଷଣିପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ – ସନ୍ଧ୍ୟାରେ ନେବ ବାତ୍ୟାର ରୂପ

322

ଭୁବନେଶ୍ୱର ୧୬-୫ (ଓଡ଼ିଆ ପୁଅ) ଅବପାତର ରୂପ ନେଇଛି ଦକ୍ଷଣିପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ। ଏହା ସନ୍ଧ୍ୟା ସାଢ଼େ ପାଞ୍ଚଟାରେ ବାତ୍ୟାର ରୂପ ଧାରଣ କରିବ ବୋଲି ଜଣାପଡ଼ିଛି। ତେବେ ପରବର୍ତ୍ତୀ ୨୪ଘଣ୍ଟା ଭିତରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ବୋଲି ପୂର୍ବାନୁମାନ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ଗତିପଥ ବିଷୟରେ ସ୍ପଷ୍ଟ ଜଣାପଡ଼ିନାହିଁ। ତେବେ ସମ୍ଭାବ୍ୟ ବାତ୍ୟା ପାରାଦୀପଠାରୁ ୧, ୧୦୦କିମି ଦୂରରେ ଓ ଦୀଘାଠାରୁ ୧, ୨୫୦କିମି ଦୂରରେ ଅଛି ବୋଲି କୁହାଯାଉଛି। ପବନର ବେଗ ୯୦ କିଲୋମିଟରରୁ ୧୨୦ କିଲୋମିଟର ରହିବ ବୋଲି କୁହାଯାଉଛି କିନ୍ତୁ ପହନର ବେଗ ହୁଏତ ୨୦୦ କିମି ଛୁଇଁପାରେ ବୋଲି କୁହାଯାଉଛି। ୧୭ ତାରିଖ ଯାଏଁ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ପରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ ବାତ୍ୟା ଅମ୍ଫାନ୍। ୧୮ ତାରିଖରେ ଅତି ଭୟଙ୍କର ବାତ୍ୟାର ରୂପ ନେବ। ଘଣ୍ଟା ପ୍ରତି ବେଗ ୧୨୦ରୁ ୧୬୦ କିମି ରହିବା ଆଶଙ୍କା। ୧୯ରେ ଅତିରୁ ଅତି ଭୟଙ୍କର ବାତ୍ୟାର ରୂପ ନେଇପାରେ ‘ଅମ୍ଫାନ୍‌’।

ପାଣିପାଗ ବିଜ୍ଞାନୀଙ୍କ ଅନୁମାନ ଅନୁଯାୟୀ ଏହି ବାତ୍ୟା ଓଡ଼ିଶା ମୁହାଁ ନ ହୋଇ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ମୁହାଁ ହୋଇପାରେ। ଏହାର ପ୍ରଭାବରେ ୧୮ ତାରିଖ ପାଖରୁ ଦକ୍ଷିଣ ଓଡ଼ିଶା ଉପକୂଳ ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଯଦିଓ କୁହାଯାଉଛି ଓଡ଼ିଶା ପ୍ରତି ସିଧାସଳଖ ବିପଦ ନାହିଁ କିନ୍ତୁ ଓଡ଼ିଶା ଅତିକ୍ରମ କରିବା ବେଳେ ସର୍ବୋଚ୍ଚସ୍ତରରେ ରହିବ ବୋଲିକୁ ଉପକୂଳରେ ଭାରି ବର୍ଷା ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.