Home ଜିଲ୍ଲା ପରିକ୍ରମା ଦୁଇ ବାଲିଗାଡି ଜବତ; ଚାଳକ ଗିରଫ

ଦୁଇ ବାଲିଗାଡି ଜବତ; ଚାଳକ ଗିରଫ

71

ଭଦ୍ରକ, ୨୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଝୁଟୁଣା ବୈତରଣୀ ନଦୀରୁ ଚୋରା ବାଲି ଉଠାଣ ଓ ପରିବହନ କରୁଥିବା ଦୁଇ ଟ୍ରାକ୍ଟରକୁ ପୁଲିସ ଶନିବାର ସକାଳେ ଜବତ କରିବା ସହ ଦୁଇ ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ କିଛି ଦିନ ହେବ ଝୁଟୁଣା ଗ୍ରାମରୁ ବିପୁଳ ଚୋରା ବାଲି ଉତ୍ତୋଳନ କରାଯାଉଥିଲା । ମାତ୍ର ଏ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ପାଇଁ ତହସିଲ ପକ୍ଷରୁ କୌଣସି ସୂଚନା ଥାନାକୁ ଦିଆଯାଇନଥିଲା ବୋଲି ତହସିଲଦାର ସୂଚନା ଦେଇଛନ୍ତି । ପୁଲିସ ନିଜ ଆଡୁ ଚୋରା ବାଲି ପରିବହନ କରୁଥିବା ଯାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଝୁଟୁଣା ନଦୀବନ୍ଧ ନିକଟରେ ଦୁଇ ବାଲିବୋଝେଇ ଟ୍ରାକ୍ଟର ଜବତ କରିଥିଲା । ଟ୍ରାକ୍ଟର ଚାଳକ ସାରୋ ଗ୍ରାମର ଦୁଇ ଯୁବକଙ୍କୁ ଗିରଫ କରିଥିଲା । ଥାନାଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ଅଭିଯୋଗ କ୍ରମେ ଥାନାରେ ୨୦୮/୨୦ନଂ ମାମଲା ଋଜୁ ହୋଇ ଚାଳକଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ଥାନା ଅଞ୍ଚଳର ବାଲିପୋଖରୀ, ମଣିନାଥପୁର ଓ ମୁଢ଼ାପଦା ଗ୍ରାମର ବୈତରଣୀ ନଦୀରୁ ସମ୍ପ୍ରତି ହେଉଥିବା ବିପୁଳ ପରିମାଣର ଚୋରା ବାଲି ଉତ୍ତୋଳନ ଓ ପରିବହନ ଉପରେ ଥାନା ପକ୍ଷରୁ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହାକୁ ଜନସାଧାରଣ ଅପେକ୍ଷା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.