Home ଓଡ଼ିଶା ଦୁଇ ବାଇକ ମୁହାଁ ମୁହିଁ ଧକ୍କା, ଜଣେ ମୃତ, ଜଣେ ଆହତ

ଦୁଇ ବାଇକ ମୁହାଁ ମୁହିଁ ଧକ୍କା, ଜଣେ ମୃତ, ଜଣେ ଆହତ

357

କୋଲାବିରା, ୭।୧(ଓଡିଆ ପୁଅ/ନିଶିତ କୁମାର ବହିଦାର) ଆଜି ଅପରାହ୍ନ ୧ଟା ସମୟରେ ଏକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହେଇଥିବା ବେଲେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଯୁବକ ଜଣକ ହେଲେ କୋଲାବିରା ଥାନା ଅନ୍ତର୍ଗତ ରଘୁନାଥପାଲି ପଂଚାୟତର କଁଟାଟିକ୍ରା ଗ୍ରାମର ଶଚିଦାନନ୍ଦ ଧରୁଆ(୨୫) ଘଟଣାଟି ଘଟିଛି କୋଲାବିରା ଥାନା ନିକଟସ୍ଥ ବ୍ରିଜ ଉପରେ ଦିନ୧ଟା ସମୟରେ। ବ୍ରଜରାଜନଗର ବୁନ୍ଦିଆର କାହ୍ନୁ କିସାନ(୨୯) ନିଜ ବାଇକ ନମ୍ବର ଓଡି ୨୩ବି୧୦୪୩ରେ କୋଲାବିରା ଅଭିମୁଖେ ଆସୁଥିବା ବେଳେ କୋଲାବିରା ପଟୁ ଶଚିଦାନନ୍ଦ ନିଜ ଆପାଚି ବାଇକ ନମ୍ବର ଓଡି ୨୩ ଏଫ୍ ୮୬୯୦ରେ ନିଜ ଘର କଁଟାଟିକ୍ରା ଗ୍ରାମକୁ ଫେରୁଥିବା ସମୟରେ କୋଲାବିରା ବ୍ରିଜ ଉପରେ ଉଭୟଙ୍କ ମଧ୍ୟରେ ସାମାନା ସାମନି ଧକ୍କା ହୋଇଥିଲା ଏଥରେ ଉଭୟେ ଛିଟିକି ପଡିଥିଲେ ଏବଂ ଉଭୟେ ଗୁରୁତର ଆହତ ହୋଇଥିବା ବେଳେ କାହ୍ନୁ କିସାନଙ୍କ ଗୋଡଭାଙ୍ଗି ଗୁରୁତର ଆହତ ହୋଇଥିଲେ। ଉଭୟଙ୍କ ପ୍ରଥମେ କୋଲାବିରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତି କାରଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଥିଲା। ତେବେ ରାସ୍ତାରେ ହିଁ ଶଚିଦାନନ୍ଦଙ୍କ ମୃତ୍ୟୁ ହୋଇଥିଲା। କାହ୍ନୁ କିଶାନର ଗୋଡ ଭାଙ୍ଗିବା ସହ ମୁଣ୍ଡ ଫାଟିଯାଇଛି। ସେ ଏବେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ଏସଂକ୍ରାନ୍ତରେ କୋଲାବିରା ଥାନାରେ ଏକ ଦୁର୍ଘଟଣା ମମଲା ମାମଲା ଋଜ୍ଜୁ କରାଯାଇ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.