Home ଜିଲ୍ଲା ପରିକ୍ରମା ଦୁଇ ଟ୍ରକ ମୁହାଁ ମୁହିଁ ଧକ୍କା ରାସ୍ତା ଜାମ , ଧରା ପଡ଼ିଲା ଗୋଚାଲାଣ କଣ୍ଟେନର

ଦୁଇ ଟ୍ରକ ମୁହାଁ ମୁହିଁ ଧକ୍କା ରାସ୍ତା ଜାମ , ଧରା ପଡ଼ିଲା ଗୋଚାଲାଣ କଣ୍ଟେନର

50

ବାହାନଗା,୧୮ ।୨(ଭାରତୀ ଦାସ/ ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ୧୬ନଂ ଜାତୀୟ ରାଜପଥ ନୂଆପଡ଼ା ଡାଇଭରସନ ନିକଟରେ ଦୁଇ ଟ୍ରକ ମୁହାଁ ମୁହିଁ ଧକ୍କା ହୋଇ ଥିଲା । ଫଳରେ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ ହୋଇଛି । ଫଳରେ ବହୁ ସମୟ ଧରି ଗାଡ଼ି ଗୁଡ଼ିକ ଠିଆ ହେବାର ଦେଖା ଯାଇଥିଲା । ଏହି ସମୟରେ ଏକ ଗୋରୁ ବୋଝେଇ କଣ୍ଟେନର ମଧ୍ୟ ଧରାପଡ଼ିଥିଲା । ସୂଚନା ଅନୁସାରେ ଏକ ଗ୍ୟାସ ବୋଝେଇ ଟ୍ରକ ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ଅପର ପକ୍ଷରୁ ଆସୁଥିବା ଏକ ଟ୍ରକ ସହ ନୂଆପଡ଼ା ଡାଇଭରସନ ନିକଟରେ ସନ୍ଧ୍ୟାରେ ଧକ୍କା ହୋଇ ଥିଲା । ଫଳରେ ସେଠାରେ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ ହୋଇଥିଲା । ଏହି ସମୟରେ ଏକ କଣ୍ଟେନରରେ ଗୋରୁ ବୋଝେଇ ହୋଇ ଯାଉଥିଲା । ସନ୍ଦେହ ହେବାରୁ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଦେଖିଥିଲେ ସେଥିରେ ଗୋରୁ ଚାଲାଣ ହେଉଛି । ପୋଲିସକୁ ଖବର ଦେଇଥିଲେ । ପୋଲିସ ସେଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାଙ୍ଗରେ ଗୋରୁ ଗାଡ଼ିକୁ ନେଇ ଯୁକ୍ତି ତର୍କ କରିଥିବା ଦେଖା ଯାଇଥିଲା । ପରେ ଖନ୍ତାପଡ଼ା ଥାନା ପକ୍ଷରୁ ଗୋରୁ ଗାଡ଼ିକୁ ଥାନାକୁ ନେଇ ଦେଖିବାରୁ ସେଥିରେ ଦୟନୀୟ ଅବସ୍ଥାରେ ଗୋରୁ ଚାଲଣ ହେଉଥିଲା । ସେଥିରେ ୫୯ଟି ଗେରୁ ଚାଲାଣ ହେଉଥିବାର ଦେଖିବାକୁ ମିଳିଥିଲା । ସେଥିରୁ କିଛି ଗୋରୁଙ୍କ ଅବସ୍ଥା ଖରାପ ହୋଇ ଥିଲା । ପଚରା ଉଚୁରା ପରେ ଗୋରୁ ଗୁଡ଼ିକ କଲିକତା ଚାଲାଣ ହେଉଥିବାର ଜଣାପଡ଼ିଛି । ସମସ୍ତ ଗୋରୁ ଗୋଡ଼ିକ ବାମପଦା ସ୍ଥିତ ଭାରତୀ ଗୋଶାଳା କେନ୍ଦ୍ରକୁ ପଠା ଯାଇ ତଦନ୍ତ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.