Home କେନ୍ଦୁଝର ଦୁଇ କଂଗ୍ରେସ ନେତା ବିଜେଡିରେ ସାମିଲ

ଦୁଇ କଂଗ୍ରେସ ନେତା ବିଜେଡିରେ ସାମିଲ

132

ହାଟଡିହି-୨/୮: (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଦୁଇ ପୁରୁଖା କଂଗ୍ରେସ ନେତା ବିଜେଡିରେ ସାମିଲ ହୋଇଛନ୍ତି । ଆଜି ଛେନାପଦିଛକ ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଶାଳଣିଆଁ ପଞ୍ଚାୟତର ପୁର୍ବତନ ସରପଞ୍ଚ ତଥା ବରିଷ୍ଠ କଂଗ୍ରେସ ନେତା ଅନାଥ ନାୟକ ଓ ଗେଡମା ପଞ୍ଚାୟତର ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର କୁମାର କାଣ୍ଡି(ବାବୁଲା) କଂଗ୍ରେସରେ ସାମିଲ ହୋଇଥିଲେ । ସେମାନେ ନବୀନ ବାବୁଙ୍କ ନୀତି ଆଦର୍ଶ ଓ ବିଧାୟକ ଭାଗିରଥି ସେଠୀଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା, ବରିଷ୍ଠ ବିଜେଡି ନେତା ବିଜୟ କୁମାର ରାଉତ, ରବିନ୍ଦ୍ର କୁମାର ନାୟକ, ବିଶ୍ୱନାଥ ନାୟକ, ଚିନ୍ମୟ ନାୟକ, ଚିତ୍ତ ରଞ୍ଜନ ପାତ୍ର, ବିରେନ୍ଦ୍ର କୁମାର ବିଶ୍ୱାଳ, ଶାଳଣିଆଁ ସରପଞ୍ଚ ଶ୍ରୀଧର ବେହେରା, ଛାତ୍ର ବିଜେଡି ସଭାପତି ଗିରିଶ ସ୍ୱାଇଁ, ପ୍ରତାପ ଦେଓ, ରଞ୍ଜନ ପହି, ଗୌରାଙ୍ଗ ରଣା, ବ୍ରଜକିଶୋର ଜେନା, ଶିଶିର କୁମାର ବେହେରା, ମଦନ ମୋହନ ନନ୍ଦି, ପ୍ରଦୀପ କୁମାର ଜେନା, ବୈଦ୍ୟନାଥ ସାମଲ, ପ୍ରଫୁଲ କୁମାର ସେଠୀଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ବିଧାୟକ ଶ୍ରୀଯୁକ୍ତ ସେଠୀ ସେମାନଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିବା ସହିତ ଏମାନଙ୍କ ମିଶ୍ରଣପରେ ୩୭ନମ୍ବର ଜୋନରେ ବିଜେଡି ସଂଗଠନ ଅଧିକ ମଜବୁତ ହେବ ବୋଲି ବିଧାୟକ ମତବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.