Home କେନ୍ଦୁଝର ଦୁଇଦିନରେ ୨୦ ଆକ୍ରାନ୍ତ, ଦେଢ଼ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଦୁଇଦିନରେ ୨୦ ଆକ୍ରାନ୍ତ, ଦେଢ଼ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

72

ହାଟଡିହି- ୭ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) କରୋନାର ଦ୍ୱିତୀୟ ଲହର ଏବେ ଦ୍ରୁତ ଗତିରେ ମାଡି ଚାଲିଛି । ହାଟଡିହି ବ୍ଲକ ଅଞ୍ଚଳରେ ମଧ୍ୟ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ଦୁଇଦିନ ଭିତରେ ବ୍ଲକରେ ମୋଟ ୨୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୫ରେ ପହଞ୍ଚିଛି । ଗତ ଦୁଇଦିନ ଭିତରେ ହାଟଡିହି ପଞ୍ଚାୟତରେ ଜଣେ, ସମଣା ପଞ୍ଚାୟତରେ ଜଣେ, କଳିଗାଁ ପଞ୍ଚାୟତରେ ୨ଜଣ, ଡଅଁର ପଞ୍ଚାୟତରେ ୩ଜଣ, ଷଡଙ୍ଗ ପଞ୍ଚାୟତରେ ଜଣେ, ଆମ୍ବୋ ପଞ୍ଚାୟତରେ ଜଣେ, ହାବଳେଶ୍ୱର ପଞ୍ଚାୟତରେ ୨ଜଣ, ଶାଳଣିଆଁ ପଞ୍ଚାୟତରେ ଜଣେ, ମରୈଗାଁ ପଞ୍ଚାୟତରେ ଜଣେ, ସଢ଼ା ପଞ୍ଚାୟତରେ ଜଣେ, ବଡରମ୍ପାସ ପଞ୍ଚାୟତରେ ୬ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ହାଟଡିହି ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୫ରେ ପହଞ୍ଚିଛି ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁଚନା ମିଳିଛି । ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆଜି ଟୁକୁଣା ଓ ସୋସୋ ସ୍ୱାସ୍ଥ୍ୟକେନ୍ଦ୍ରରେ ୩୦୦ଲୋକଙ୍କୁ ଟୀକା ଦିଆଯାଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.