Home ଜିଲ୍ଲା ପରିକ୍ରମା ଦୀର୍ଘ ୯ମାସର ବ୍ୟବଧାନ ପରେ ଦର୍ଶନ ଦେଲେ ମା’ ଧାମରାଇ

ଦୀର୍ଘ ୯ମାସର ବ୍ୟବଧାନ ପରେ ଦର୍ଶନ ଦେଲେ ମା’ ଧାମରାଇ

53

ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାରା ବିଶ୍ୱରେ ମହାମାରି କରୋନା ଆତଙ୍କରେ ଦୀର୍ଘ ୯ମାସ ହେବ ବନ୍ଦ ହୋଇ ରହିଥିବା ଧାମରାର ମା ଧାମରାଇଙ୍କ ମନ୍ଦିର ଆଜି ସର୍ବସାଧାରଣଙ୍କ ଦର୍ଶାନାର୍ଥେ ଖୋଲାଯାଇଛି । ମନ୍ଦିର ଖୋଲିବା ପାଇଁ ଧାମରା ଅଂଚଳବାସୀ ତଥା ଧାମରା ୮ପଂଚାୟତବାସୀ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ସମସ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମା ଧାମରାଇ କମିଟିର ସଭାପତି ସୁରେଶ ମାହୁନ୍ତ,ସଂପାଦକ ପ୍ରିୟରଞନ ଜେନା, ସହ ସଂପାଦକ ପ୍ରମୋଦ କୁମାର ନାୟକ, ଉପସଭାପତି ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ଲେ୍‌ଙ୍କା,ସମାଜସେବୀ ଅଭିମନ୍ୟୁ ରାଉତ ପ୍ରମୁଖ ଯାଇ ଭଦ୍ରକ ଜିଲ୍ଲାପାଳଙ୍କୁ ମା ଧାମରାଇ ମନ୍ଦିର ଖୋଲିବା ପାଇଁ ଅନୁମତି ଚାହିଁବା ସହ ଆଗାମୀ ୧୪ତାରିଖରେ ମା ଙ୍କର ବାର୍ଷିକ ଉତ୍ସବ ମକର ସଂକ୍ରାନ୍ତି ପାଳନ କରିବାକୁ ଅନୁମତି ମାଗିଥିଲେ । ମାତ୍ର ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏବଂ କୋବିଦ-୧୯ ମହାମାରୀ ସମୟରେ ସାମାଜିକ ଦୂରତା ଅବଲମ୍ବନ କରିବାକୁ କହିବା ସହ ମନ୍ଦିରକୁ ଖୋଲିବାକୁ ଅନୁମତି ପ୍ରଦାନ କରିଥିଲେ ।ଆଜି ସକାଳ ସମୟରେ ମା ଙ୍କ ମନ୍ଦିରର ଚତୁଃ ପାଶ୍ୱର୍କୁ ସାନିଟାଇଜେସନ କରିବା ପରେ ପହଡ ଖୋଲିଥିଲା । ମନ୍ଦିରକୁ ଆସୁଥିବା ଭକ୍ତ ମାନଙ୍କ ମଧ୍ୟରେ ସାମଜିକ ଦୂରତା ରକ୍ଷା କରାଯାଇଥିବା ବେଳେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା । ଆଗାମୀ ଦିନରେ ମନ୍ଦିର ବେଢାରେ ପ୍ରସାଦ ସେବନ,ପୂଜାର୍ଚନା ଉପରେ କୌଣସି କଟକଣା ରହିବ ନାହିଁ ବୋଲି ମଧ୍ୟ ମନ୍ଦିର କମିଟି ପକ୍ଷରୁ ଜଣାଇଦିଆ ଯାଇଥିଲା । ଦୀର୍ଘ ୯ମାସ ପରେ ମନ୍ଦିର ଖୋଲୁଥିବାରୁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାରିକେଡ ନିର୍ମାଣ କରାଯିବା ସହ ମକର ସଂକ୍ରାନ୍ତି ଅବସରରେ କିପରି ମନ୍ଦିର ପରିଚାଳନା କମିଟି ସେବା ଯୋଗାଇଦେବ ତାହା ସାଧାରଣରେ ପ୍ରଶ୍ନବାଚୀ ହୋଇପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.