Home କଳାହାଣ୍ଡି ଦୀର୍ଘ ଦିନ ର ସଂଘର୍ଷ ପରେ କଳାହାଣ୍ଡି କୁ ମିଳିଲା ବିଶ୍ୱବିଦ୍ୟାଳୟ

ଦୀର୍ଘ ଦିନ ର ସଂଘର୍ଷ ପରେ କଳାହାଣ୍ଡି କୁ ମିଳିଲା ବିଶ୍ୱବିଦ୍ୟାଳୟ

623

କଳାହାଣ୍ଡି – ୨୬/୧୦/୨୦୧୯ (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଉନ୍ନୀତ କରାଯାଇ ବିଶ୍ୱବିଦ୍ୟାଲୟର ମାନ୍ୟତା ଦିଆଯାଇଥିବା ସଂପର୍କରେ ସରକାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଥିବା ଜଣାପଡିଛି । ଦୀର୍ଘ ୩୯ ବର୍ଷ ମଧ୍ୟରେ ବିଭିନ୍ନ ମହଲରୁ ଦାବୀ ହେବାପରେ ସରକାର କଳାହାଣ୍ଡି ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଲୟକୁ କଳାହାଣ୍ଡି ଓ ନୂଆପଡା ରାଜସ୍ୱ ଜିଲ୍ଲା ଦ୍ୱୟର ବିଶ୍ୱବିଦ୍ୟାଲୟ ଭାବେ ଘୋଷଣା କରିଛନ୍ତି । ଏସଂପର୍କରେ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ସଂଖ୍ୟା ୫୭୮୯/ତା.୦୬.୦୩.୨୦୧୯ ଆଧାରରେ କମିଶନର ତଥା ଶାସନ ସଚିବ ସମ୍ବଲପୁର ବିଶ୍ୱବିଦ୍ୟାଲୟରୁ କଳାହାଣ୍ଡି ଓ ନୂଆପଡା ଜିଲ୍ଲା ରେ ଥିବା ମହାବିଦ୍ୟାଲୟ ଗୁଡିକର ସ୍ୱୀକୃତିକୁ ପ୍ରତ୍ୟାହାର କରିନେଇ ଆଗାମୀ ଜୁନ ୨୦୨୦ ସୁଦ୍ଧା କଳାହାଣ୍ଡି ବିଶ୍ୱବିଦ୍ୟାଲୟରେ ସଂଶ୍ଳିଷ୍ଟ କରିବା ପାଇଁ ବିଜ୍ଞପ୍ତି ସଂଖ୍ୟା ୨୨୫୨୩/ ୨୬.୧୦.୨୦୧୯ ଅନୁସାରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହା ଫଳରେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ସମସ୍ତ ପ୍ରକାର ବ୍ୟବସ୍ଥା କଳାହାଣ୍ଡି ବିଶ୍ୱବିଦୟାଲୟରେ ହୋଇପାରିବ ଏବଂ ସୁବିଧାରେ ଆମ ଜିଲ୍ଲାର ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷାଲାଭ କରିପାରିବେ ବୋଲି ଶିକ୍ଷାବିତ ମହଲରେ ଖୁସିର ଲହରି ଖେଲିଯାଇଛି । ୧୯୬୦ ମସିହାରେ ତକ୍ରାଳୀନ ଏମପି ମହାରାଜା ପ୍ରତାପ କେଶରୀ ଦେଓ ତଥା ଅନେକ ଶିକ୍ଷାବିତଙ୍କ ପ୍ରଚେଷ୍ଟା ରେ ପ୍ରତିଷ୍ଠା ହୋଇଥିଲା କଳାହାଣ୍ଡି ବିଜ୍ଞାନ ମହାବିଦ୍ୟାଳୟ । କାଳକ୍ରମେ ଏହା କଳାହାଣ୍ଡି ମହାବିଦ୍ୟାଳୟ ଭାବେ ସମଗ୍ର ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ଉଚ୍ଚ ଶିକ୍ଷାର ଏକମାତ୍ର ମନ୍ଦିର ରୂପେ ଶିକ୍ଷାର ମାନ ବୃଦ୍ଧିରେ ସହାୟକ ହୋଇପାରିଥିଲା । ଗତ ୧୯୮୦ ମସିହାରେ ଶିକ୍ଷା ବିକାଶ ପରିଷଦର ବିସ୍ୱବିଦ୍ୟାଳୟ ଦାବୀ ପରଠାରୁ କଳହାଣ୍ଡିରେ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ପାଇଁ ବିଭିନ୍ନ ମହଲରେ ଦାବୀ ହୋଇଆସୁଥିଲା । ହେଲେ କେବଳ କଳାହାନ୍ଡି ସରକାରୀ ମହାବିଦ୍ୟାଳୟ ଭାବେ ଏହା ସରକାରଙ୍କ ଦ୍ୱାରା ହିଁ ପରିଚାଲିତ ହେବା ବ୍ୟବସ୍ଥା ହୋଇଥିଲା । ଗତ ୨୦୦୨ ମସିହା ପରେ ଏଥିପାଇଁ ଛାତ୍ର ଆନେ୍ଦାଳନ ତୀବ୍ରତର ହୋଇଥିଲା । ସେହି ବର୍ଷ ସରକାର କଳାହାଣ୍ଡି ସରକାରୀ ମହାବିଦ୍ୟାଳୟକୁ ସ୍ୱୟଂଶାସିତ ମହାବିଦ୍ୟାଳୟ ଭାବେ ଘୋଷଣା କରିଥିଲେ । ୨୦୦୯ ମସିହାରେ ଶିକ୍ଷା ବିଭାଗର ଏକ ଉଚ୍ଚ ସ୍ତରୀୟ ଟାସ୍କଫୋର୍ସ କଳାହାଣ୍ଡି ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ପରିଦର୍ଶନରେ ଆସି ଏହାକୁ ଦକ୍ଷିଣ ପଶ୍ଚିମାଂଚଳ ବିଶ୍ୱବବିଦ୍ୟାଳୟ ଭାବେ ମାନ୍ୟତା ଦେବା ପାଇଁ ସୁପାରିଶ କରିଥିଲେ । ବର୍ତମାନ ଏହି ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ଦେଇ ସରକାରୀ ସ୍ତରରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସମଗ୍ର ଅଂଚଳରେ ଖୁସିର ଲହରୀ ଖେଲିଯାଇଛି । କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଅଧିନରେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର କଳାହାଣ୍ଡି ଓ ନୂଆପଡା ରାଜସ୍ୱ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ପରିଚାଲିତ ହେବ ବୋଲି ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଗାମୀ ଜୁନ ୨୦୨୦ ଠାରୁ ନୂଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି । ଆଗାମୀ ଦିନରେ କଳାହାଣ୍ଡିରେ କୃଷି ଦୀର୍ଘ ଦିନ ର ସଂଘର୍ଷ ପରେ କଳାହାଣ୍ଡି କୁ ମିଳିଲା ବିଶ୍ୱବିଦ୍ୟାଲୟ ସ୍ଥାପନ ହୋଇପାରିଲେ କଳାହାଣଯଡିର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି ଶିକ୍ଷାବିତ ମହଲରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.