Home କେନ୍ଦୁଝର ଦୀର୍ଘ୧୦ମାସ ପରେ ଖୋଲିଲା ସ୍କୁଲ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ,

ଦୀର୍ଘ୧୦ମାସ ପରେ ଖୋଲିଲା ସ୍କୁଲ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ,

65

ହାଟଡିହି-୮ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ମାର୍ଚ୍ଚ ମାସଠାରୁ ସ୍କୁଲ ସବୁ ବନ୍ଦ ହୋଇଯାଇଥିବା ବେଳେ ଦୀର୍ଘ ୧୦ମାସ ପରେ ଆଜିଠାରୁ ଖୋଲିଛି ସ୍କୁଲ । ତାହା ପୁଣି କେବଳ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଉତ୍ସାହ । ଦୀର୍ଘ ମାସପରେ ସ୍କୁଲକୁ ଆସୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନେକ ଉତ୍ସାହ । ଆଜି ଅଧିକାଶଂ ସ୍କୁଲରେ ଉପସ୍ଥାନ ହାର କମ ତବବାବେଳେ ବିଦ୍ୟାଳୟ କର୍ତ୍ତୁପକ୍ଷ ଅଧିକ ଚିନ୍ତିତ ଓ ବ୍ୟସ୍ତ ଥିବା ଦେଖିବାକୁ ମିଳିଥିଲା । । ସ୍କୁଲ କର୍ତ୍ତୁପକ୍ଷ ପ୍ରାରମ୍ଭରୁ ସେମାନଙ୍କୁ ସାନିଟାଇଜର ଦେଇ ହାତ ସଫା କରିବା ସହିତ ଫୁଲଦେଇ ସ୍ୱାଗତ କରୁଥିବା ଦେଖିବାକୁ ମିଳିଥିଲା । ସରକାର କୋଭିଡ ନିୟମକୁ ନେଇ ଜାରି କରିଥିବା କଟକଣା ମଧ୍ୟରେ ଶିକ୍ଷାଦାନ ଆରମ୍ଭ ହୋଇଛି । ପ୍ରତି ଶ୍ରେଣୀରେ ୨୫ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ବସାଇ ଶିକ୍ଷାଦାନ କରାଯାଉଥିବାବେଳେ ସବୁଦିନ ସେହି ଗୋଟିଏ ଚେୟାରରେ ବସିବାପାଇଁ ମଧ୍ୟ ନମ୍ବରିଂର ବ୍ୟବସ୍ଥା କରାଯାଇଛି । ପ୍ରାର୍ଥନା କ୍ଲାସ କୁ ବନ୍ଦ କରାଯାଇଥିବାବେଳେ ମଧ୍ୟାହ୍ନ ଭୋଜନକୁ ବନ୍ଦ କରାଯାଇଛି । ଯେଉଁ ଛାତ୍ରଛାତ୍ରୀମାନେ ଟିଫିନ ବକ୍ସ ନେଇ ଆସିଥିବେ ସେମାନେ କାହାକୁ ନବାଣ୍ଟିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ଏପରିକି ଖେଳ କ୍ଲାସକୁ ମଧ୍ୟ ବାତିଲ କରାଯାଇଛି । ଶିକ୍ଷକମାନେ କିପରି ସମସ୍ତ ବିଷୟକୁ ଶିକ୍ଷାଦାନ କରି ଅଳ୍ପଦିନ ବ୍ୟବଧାନରେ ସାରିବେ ସେନେଇ ଯତ୍ନବାନ ଥିବା କହିଛନ୍ତି । ସ୍କୁଲ ବନ୍ଦ ହୋଇ ଯାଇଥିବାବେଳେ ଅନଲାଇନ କ୍ଲାସ ଚାଲୁଥିଲେବି ତାହା ଏତେଟା ସୁବିଧା ହୋଇପାରୁ ନଥିଲା । କେବେ ସ୍କୁଲ ଖୋଲିବ ଓ ଶିକ୍ଷାଦାନ ହେବ ସେନେଇ ଆମେ ଚିନ୍ତାରେ ଥିଲୁ । ଯାହା ହେଉ ଆଜି ସ୍କୁଲ ଖୋଲିବାପରେ ଆମେ ପୁଣି ଆଜିଠାରୁ କ୍ଲାସ ଆରମ୍ଭ କରିବୁ ତାହା ଆମକୁ ବେଶ ଆନନ୍ଦ ଦେଉଛି ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି । ଶିକ୍ଷକ ମାନଙ୍କ ଦ୍ୱାରା ପ୍ରତେକ୍ଷ କ୍ଲାସ ହେବାଦ୍ୱାରା ଆମ ମାନଙ୍କର ପାଠପଢ଼ା ଜନିତ ଅସୁବିଧା ସମ୍ପୁର୍ଣ୍ଣ ଦୁର ହୋଇଯିବବୋଲି ଅଧିକାଶଂ ଛାତ୍ରଛାତ୍ରୀ ମତଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.