Home ଓଡ଼ିଶା ଦିଲ୍ଲୀ ସରକାର ୨୪ ଟଙ୍କାରେ ପିଆଜ ବିକିବେ : ଓଡ଼ିଶା ଖାଉଟିଙ୍କ ସ୍ୱାର୍ଥ ପାଇଁ ଓଡ଼ିଶା...

ଦିଲ୍ଲୀ ସରକାର ୨୪ ଟଙ୍କାରେ ପିଆଜ ବିକିବେ : ଓଡ଼ିଶା ଖାଉଟିଙ୍କ ସ୍ୱାର୍ଥ ପାଇଁ ଓଡ଼ିଶା ସରକାରଙ୍କ ନିଦ ଭାଙ୍ଗିବ କେବେ : ସମାଜବାଦୀ ପାର୍ଟି

1121

ଭୁବନେଶ୍ୱର, ତା ୨୪ା୯ (ଓଡ଼ିଆ ପୁଅ) : ପିଆଜର ଆକାଶଛୁଆଁ ଦରଦାମ୍କୁ ଆଖି ଆଗରେ ରଖି ଦିଲ୍ଲୀ ସରକାର ୨୪ ଟଙ୍କାରେ ପିଆଜ ବିକିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପିଆଜ ଉତ୍ପାଦିତ ରାଜ୍ୟ ଓଡ଼ିଶାରେ ପିଆଜ୍ ମିଶନ୍ ଫେଲ୍। ଆଜି ପିଆ ବଜାରରେ ନିଆଁ ଲାଗିଛି। ଖାଉଟି ୬୦ ଟଙ୍କା କିଲୋରେ ପିଆଜ କିଣିବାକୁ ବାଧ୍ୟ ହେଉଛନ୍ତି। ୬ ମାସ ତଳେ ପିଆଜ ଉତ୍ପାଦିତ ଜିଲ୍ଲା ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ଦେବଗଡ଼, ଅନୁଗୁଳ ପ୍ରଭୃତି ଜିଲ୍ଲାର ଚାଷୀମାନେ ୫ ରୁ ୭ ଟଙ୍କା ଦର୍ରେ ଅପ୍ରେଲ୍ ମାସରେ ପିଆଜ ବିିକିଲେ। ତାକୁ ନେଇ ବିଧାନସଭାରେ ହୋ ହଲ୍ଲା ମଧ୍ୟ ହେଲା। ବାହାର ରାଜ୍ୟର ବେପାରୀ ପିଆଜ କିଣିନେଲେ। ଆଜି ସେହି ପିଆଜକୁ ଓଡ଼ିଶା ଖାଉଟି ୬୦ ଟଙ୍କା ଦର୍ରେ କିଣିବାକୁ ବାଧ୍ୟ ହେଉଛନ୍ତି। ସଂରକ୍ଷଣ ଅଭାବରୁ ରାଜ୍ୟରେ ଉତ୍ପାଦିତ ହେଉଥିବା ପାଖାପାଖି ୪ଲକ୍ଷ ଟନ୍ ପିଆଜ ଓଡ଼ିଶା ବାହାରକୁ ଚାଲିଯାଇଛି। ରାଜ୍ୟର ଆବଶ୍ୟକତା ୩ ଲକ୍ଷ ଟନ ହେଉଥିଲା ବେଳେ ୧ ଲକ୍ଷ ଟନ୍ ପିଆଜ ବଜାରରେ ବଳକା ରହିବା କଥା। ସରକାରଙ୍କର ଦୂରଦୃଷ୍ଟିର ଅଭାବ ଓ ପିଆଜ ମିଶନର ବ୍ୟର୍ଥତା ଯୋଗୁଁ ଓଡ଼ିଶା ଖାଉଟି ହନ୍ତସନ୍ତ ହେଉଛନ୍ତି ଏବଂ ୬୦ ଟଙ୍କାରେ ପିଆଜ କିଣିବାକୁ ଅନିଚ୍ଛା ସତ୍ତ୍ୱେ ବାଧ୍ୟ ହେଉଛନ୍ତି। ସରକାର ନିଘୋଡ଼ ନିଦରେ ଶୋଇଛନ୍ତି। ତେଣୁ ରାଜ୍ୟର ଲକ୍ଷ ଲକ୍ଷ ଖାଉଟିଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଦିଲ୍ଲୀ ସରକାର ଭଳି ଓଡ଼ିଶା ସରକାର ୩୦ଟଙ୍କା ଦର୍ରେ ପିଆଜ ଖାଉଟିଙ୍କୁ ଯୋଗାଇଦେବାକୁ ସମାଜବାଦୀ ପାର୍ଟି ସଭାପତି ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ ଦାବି କରିଛନ୍ତି। ରାଜ୍ୟ ସରକାର ତୁରନ୍ତ କଳାବଜାରୀ ଓ ମହଜୁଦ୍କାରୀ ଅସାଧୁ ବ୍ୟବସାୟୀଙ୍କୁ ସାବାଡ କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ପିଆଜ ଦର ନିୟନ୍ତ୍ରଣ କରିବା ସଙ୍ଗେ ସଙ୍ଗେ ଖାଉଟିଙ୍କୁ ୩୦ ଟଙ୍କା ଦରରେ ପିଆଜ ଯୋଗାଇ ଦେବାକୁ ଶ୍ରୀ ବେହେରା ଏହି ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ଏଠାରେ ଉଲ୍ଲେଖଥାଉକି, ଅଗଷ୍ଟ ୨୨ତାରିଖ ଦିନ ସମାଜବାଦୀ ପାର୍ଟି ପକ୍ଷରୁ ପି.ଏମ୍.ଜି. ଛକରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ପିଆଜ ଦରକୁ ନିୟନ୍ତ୍ରିତ କରି ଦଶହରା ଓ ଦୀପାବଳୀକୁ ଆଖି ଅଗରେ ରଖି ସୁଲଭ ମୂଲ୍ୟରେ ଖାଉଟିଙ୍କୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଇ ଦେବାପାଇଁ ଦାବି କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.