Home ଓଡ଼ିଶା ଏମ୍‌ସ୍ ହସ୍ପିଟାଲ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ରୂପେ ମାନ୍ୟତା ପାଇବ

ଏମ୍‌ସ୍ ହସ୍ପିଟାଲ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ରୂପେ ମାନ୍ୟତା ପାଇବ

174

ନୂଆଦିଲ୍ଲୀ୩୦ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଓଡିଶା ଭୁବନେଶ୍ୱର ଠାରେ ପ୍ରତିଷ୍ଟା ହୋଇଥିବା ଏମ.ମସ୍ ହସ୍ପିଟାଲ ସହିତ ଦେଶର ୨୧ଟି ଏମ୍‌ସ୍ ହସ୍ପିଟାଲକୁ ବିଶ୍ୱବିଦ୍ୟାଳୟ ରୂପେ ମାନ୍ୟତା ଦିଆଯିବ। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଓ ଏମ୍‌ସ୍ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁସାରେ ଦିଲ୍ଲୀ ଏମ୍‌ସ୍‌ର କର୍ତ୍ତୃପକ୍ଷ ସମସ୍ତ ବିଭାଗକୁ ସର୍ଭେ କରାଯାଇ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ଦ୍ୱାରା ଦିଲ୍ଲୀ ଏମ୍‌ସ୍ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ରୂପେ ମାନ୍ୟତା ପାଇବ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ପି ବେଣୁଗୋପାଳଙ୍କୁ ଉପଦେଷ୍ଟା ରୂପେ ନିଯୁକ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଆସନ୍ତା ନଭେମ୍ବର ୧୦ ତାରିଖ ସୁଦ୍ଧା ଆଗାମୀ ୨୦ ବର୍ଷ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସେବା ସହ ଜଡ଼ିତ ପ୍ରସ୍ତାବ ଦେବା ପାଇଁ ଏମ୍ସର ପ୍ରତ୍ୟେକ ବିଭାଗକୁ କୁହାଯାଇଛି। ପ୍ରସ୍ତାବ ସହିତ ସ୍ବାସ୍ଥ୍ୟସେବା କିଭଳି ସୁଦୃଢ଼ କରାଯାଇ ପାରିବ ସେନେଇ ବିଭିନ୍ନ ପରାମର୍ଶ ଦେବେ। ସର୍ଭେ ଶେଷ ହେବା ପରେ ରିପୋର୍ଟ ପ୍ରସ୍ତୁତ କରାଯାଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟରୁ ହସ୍ତଗତ କରାଯିବ। ଓଡ଼ିଶାର ଭୁବନେଶ୍ବର ଏମ୍‌ସ୍ ସମେତ ଦେଶର (କାର୍ଯ୍ୟରତ ଓ ପ୍ରସ୍ତାବିତ) ୨୧ଟି ଏମ୍ସ ବିଶ୍ବସ୍ତରୀୟ ମେଡିକାଲ ବିଶ୍ବବିଦ୍ୟାଳୟ ଅଧୀନରେ ରହିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.