Home ଅପରାଧ ଏହି ଝିଅ ନାମରେ ଥିଲା ବାଗଦାଦୀର ଡେଥ୍ ୱାରେଣ୍ଟ

ଏହି ଝିଅ ନାମରେ ଥିଲା ବାଗଦାଦୀର ଡେଥ୍ ୱାରେଣ୍ଟ

427

ନୂଆଦିଲ୍ଲୀ: ଆତଙ୍କର ସବୁଠାରୁ ବଡ଼ ନାମ ଅବ୍ବୁ ବକର ଅଲ ବାଗଦାଦୀର ଅନ୍ତ ଘଟି ସାରିଛି।ଆମେରିକା ସେନା ଦ୍ୱାରା ଏକ ସ୍ୱତନ୍ତ୍ର ଅପରେସନରେ ବାଗଦାଦୀ ନିପାତ ହୋଇଛି।ଏହି ଅପରେସନର ନାମ ଥିଲା “ଅପରେସନ କାୟଲା”।ତେବେ, ଏହି “ଅପରେସନ କାୟଲା” ଆମେରିକାର ଜଣେ ଯୁବତୀ କାୟଲା ମ୍ୟୁଲେରଙ୍କ ନାମ ଅନୁଯାୟୀ ଥିଲା।୨୬ ବର୍ଷୀୟ କାୟଲା ମ୍ୟୁଲେର ଜଣେ ମାନବିକ ଅଧିକାର କର୍ମୀ ଥିଲେ, ଯିଏ ଆଇଏସଆଇଏସ୍ ଦ୍ୱାରା ୪ ଅଗଷ୍ଟ ୨୦୧୩ରେ ଅପହୃତ ହୋଇ ବାଗଦାଦୀ ଏବଂ ତାର ସହଯୋଗୀଙ୍କ ଦ୍ଵାରା ପ୍ରତ୍ୟହ ଯୌନ ଶୋଷଣର ଶିକାର ହେଉଥିଲେ।ସେକ୍ସ ସ୍ଲେଭ (ଯୌନ ଦାସୀ) ଭାବରେ ତାଙ୍କୁ ବ୍ୟବହାର କରାଯାଉଥିଲା।ଏବଂ ୬ ଫେବୃୟାରୀ ୨୦୧୫ରେ ତାଙ୍କର ହତ୍ୟା କରି ଦିଆଯାଇଥିଲା।”ଅପରେସନ କାୟଲା” ଆମେରିକା ଦ୍ୱାରା ଆମେରିକାର ସେହି ଝିଅଟି ପାଇଁ ଥିଲା ଶ୍ରଦ୍ଧାଞ୍ଜଳି।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.