Home କେନ୍ଦ୍ରାପଡ଼ା ଦିବାକର ଜେନା ଥିଲେ ବହୁମୁଖୀ ପ୍ରତିଭାଧର ବ୍ୟକ୍ତିତ୍ୱଦ୍ୱାଦଶାହ ଉପଲକ୍ଷେ ଜନ୍ମମାଟିରେ ଶ୍ରଦ୍ଧାଞ୍ଜଳି ସଭା

ଦିବାକର ଜେନା ଥିଲେ ବହୁମୁଖୀ ପ୍ରତିଭାଧର ବ୍ୟକ୍ତିତ୍ୱଦ୍ୱାଦଶାହ ଉପଲକ୍ଷେ ଜନ୍ମମାଟିରେ ଶ୍ରଦ୍ଧାଞ୍ଜଳି ସଭା

71

କେନ୍ଦ୍ରାପଡ଼ା,୨୫ା୬(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ଗତାୟୁ ଶିକ୍ଷକ ନେତା ଦିବାକର ଜେନା ଥିଲେ ଜଣେ ବହୁମୁଖୀ ପ୍ରତିଭାଧର ବ୍ୟକ୍ତିତ୍ୱ । ଶିକ୍ଷକତାରୁ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ପ୍ରୟାତ ଜେନା କ୍ରୀଡା, ସାହିତ୍ୟ, ସଂସ୍କୃତି, ସମାଜସେବା ତଥା ସାମାଜିକ ସଂଗଠନ ଆଦି ବହୁ କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରି ସେ ଜଣେ ସମ୍ମାନସ୍ପଦ ବ୍ୟକ୍ତିତ୍ୱ ଭାବରେ ସମଗ୍ର ଜିଲ୍ଲାରେ ପ୍ରତିଷ୍ଠା ଅର୍ଜ୍ଜନ କରିଥିଲେ ବୋଲି ଦ୍ୱାଦଶାହ ଉପଲକ୍ଷେ ତାଙ୍କ ଜନ୍ମ ମାଟି ବଗଡା ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରଦ୍ଧା ନିବେଦନ କରିଛନ୍ତି । ବରିଷ୍ଠ ଶିକ୍ଷକନେତା ଭଜକୃଷ୍ଣ ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା, ରାଜ୍ୟ କଂଗ୍ରେସ ନେତୃତ୍ୱ ଇଂ ଜ୍ଞାନଦେବ ବେହୁରା, ଅଧ୍ୟାପକ ଅଜୟ ସାମଲ, ପ୍ରାକ୍ତନ ଶିକ୍ଷକନେତା ତ୍ରୈଲୋକ୍ୟନାଥ ସ୍ୱାଇଁ, ଅଧିକାରୀ ରାଧାକାନ୍ତ ଦାଶ, ଅବନୀ କୁମାର ମହାନ୍ତି, ବ୍ରଜକିଶୋର ବିଶ୍ୱାଳ, ହେମନ୍ତ କୁମାର ଜେନା, ହୃଷିକେଶ ରଥ, କାର୍ତ୍ତିକ ଚରଣ ନାୟକ, ବାନାମ୍ବର ରାଉତ, ପ୍ରଣବ କୁମାର ଜେନା, ଛାତ୍ର ଲଲାଟେନ୍ଦୁ ଜେନା, ଶୁଭାଂଶୁ ଦାସ, ପ୍ରେମାନନ୍ଦ ଜେନା, ନିର୍ମଳ କୁମାର ନାୟକ, ସଚ୍ଚିଦାନନ୍ଦ ପାଇକରାୟ, ଅଧ୍ୟାପିକା ଜୟଶ୍ରୀ ଜେନା, ରମଣୀରଞ୍ଜନ ରାଉତରାୟ, ଅକ୍ଷୟ ମନ୍ତ୍ରୀ, ଆଦିକନ୍ଦ ରାଉଳ, ଭାଗିରଥୀ ଜେନା, କରୁଣାକର ଦାସ, ତପନ ସିଂ, ଶ୍ରୀଧର ମହାନ୍ତି, ଶ୍ରୀଧର ଭୋଳ, ରାଜକିଶୋର ନାୟକ, ଭ୍ରମରବର ରାଉତ, ଅଶୋକ ସାହୁ ପ୍ରମୁଖ ପ୍ରୟାତ ଜେନାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ପଣ୍ଡିତ ପ୍ରତାପ ପତି ଗୀତା ପାଠ କରିଥିବା ବେଳେ ସଂଗୀତଜ୍ଞ ସତ୍ୟପ୍ରିୟ ଦାସ ସ୍ମୃତି ସଂଗୀତ ଗାନ କରିଥିଲେ । ଏହି ଅବସରରେ ଏକ ଶ୍ରଦ୍ଧାଞ୍ଜଳି ପୁସ୍ତିକା “ଅସ୍ତମିତ ଦିବାକର” ଉନ୍ମୋଚିତ ହୋଇଥିଲା । ଜ୍ୟେଷ୍ଠପୁତ୍ର ସ୍ମୃତିରଞ୍ଜନ ଜେନା କୃତ ଜ୍ଞତା ଜ୍ଞାପନ କରିଥିବା ବେଳେ ରବୀନ୍ଦ୍ର ପ୍ରସାଦ ଜେନା, ଫକିର ଓଝା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.