Home ଓଡ଼ିଶା ଦିବଂଗତ ଯୁବ କଂଗ୍ରେସ ନେତା ମନୋଜ ଜେନାଙ୍କ ପ୍ରଥମ ଶ୍ରଦ୍ଧାବାର୍ଷିକୀ ପାଳିତ

ଦିବଂଗତ ଯୁବ କଂଗ୍ରେସ ନେତା ମନୋଜ ଜେନାଙ୍କ ପ୍ରଥମ ଶ୍ରଦ୍ଧାବାର୍ଷିକୀ ପାଳିତ

127

ଭୁବନେଶ୍ୱର ୨୪/୫ (ଓଡ଼ିଆ ପୁଅ) -ଆସ୍କା ଲୋକସଭା ଯୁବ କଂଗ୍ରେସ ସଭାପତି ତଥା ଆସ୍କା ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପାର୍ଥି ସ୍ବର୍ଗତ ମନୋଜ ଜେନାଙ୍କର ଆଜି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସ୍ବର୍ଗତ ଜେନାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ସମାଜସେବା ସମ୍ପର୍କରେ ଉପସ୍ଥିତ ନେତୃମଣ୍ଡଳୀ ସୃତିଚାରଣ କରିଥିଲେ।ଏହି ଉପଲକ୍ଷେ କଂଗ୍ରେସ ଭବନ ପରିସରରେ ଦରିଦ୍ର ନାରାୟଣ ସେବା କରାଯାଇଥିଲା।ମନୋଜ ଜେନାଙ୍କ ହତ୍ୟାର ଏକ ବର୍ଷ ହୋଇଥିଲେ ବି ପ୍ରଶାସନିକ ଉଦାସୀନତା ପାଇଁ ହତ୍ୟାକାରୀ ଏବେ ସୁଦ୍ଧା ଗିରଫ ହୋଇନାହାନ୍ତି।ହତ୍ୟାକାରୀକୁ ଦଣ୍ଡ ପ୍ରଦାନ ସହ ମନୋଜଙ୍କ ପରିବାରଙ୍କୁ ନ୍ୟାୟ ଦାବି କରାଯାଇଛି। ରାଜ୍ୟ ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋଜନାଥ ମହାରଥୀ ଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକର୍ମରେ ଅନ୍ୟମାନଙ୍କ ମଧ୍ୟରେ ରଞ୍ଜିତ ପାତ୍ର,ମନୋଜ ମହାପାତ୍ର,ପ୍ରକାଶ ମିଶ୍ର,ଦୀପକ ମହାପାତ୍ର,ସଂକୁନା କଂହର,ଦେବୀ ପ୍ରସାଦ ବାହାଲିଆ, ୟାଶୀର ନବାଜ,ବିରଞ୍ଚି ବାରିକ,ବଟକୃଷ୍ଣ ରାଉତ,ସ୍ୱାଗତ କର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.