Home ଓଡ଼ିଶା କେନ୍ଦୁଝରରେ ପାରାଦ୍ୱୀପ, କେନ୍ଦ୍ରାପଡା ଓ ଜଗଗସିଂପୁର ଅଞ୍ଚଳର ହଜାର ହଜାର ଟ୍ରକ ଅଟକ

କେନ୍ଦୁଝରରେ ପାରାଦ୍ୱୀପ, କେନ୍ଦ୍ରାପଡା ଓ ଜଗଗସିଂପୁର ଅଞ୍ଚଳର ହଜାର ହଜାର ଟ୍ରକ ଅଟକ

193

– ସେଠାକାର ଟ୍ରକ ମାଲିକଙ୍କର ବେନିୟମ ତଥା ଆଇନ ବିରୋଧୀ କାମ ଏବଂ କେନ୍ଦୁଝର ଜିଲ୍ଲା ଟ୍ରକକୁ ହଇରାଣ ଓ ଉପେକ୍ଷା କରିବା ପ୍ରତିବାଦରେ ଅଟକ

କେନ୍ଦୁଝର ୨୫ ମଇ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲା ରେ ପାରାଦ୍ୱୀପ, କେନ୍ଦ୍ରାପଡା ଓ ଜଗଗସିଂପୁର ଅଞ୍ଚଳର ହଜାର ହଜାର ଟ୍ରକ ଅଟକ। ସେଠାକାର ଟ୍ରକ ମାଲିକମାଙ୍କର ବେନିୟମ ତଥା ଆଇନ ବିରୋଧୀ କାମ ଏବଂ କେନ୍ଦୁଝର ଜିଲ୍ଲା ଟ୍ରକକୁ ହଇରାଣ ହରକତ ତଥା ଉପେକ୍ଷା କରିବା ଏବଂ ନିର୍ଯ୍ୟାତନା ଦେବା ପ୍ରତିବାଦରେ ଅଟକ ରଖାଯାଇଛି।

କେନ୍ଦୁଝର ଜିଲ୍ଲାର ସମସ୍ତ ଟ୍ରକ ମାଲିକ ସଂଘ ଓ ପାରଦ୍ୱୀପ, କେନ୍ଦ୍ରାପଡା ଏବଂ ଜଗତସିଂପୁର ଟ୍ରକ ମାଲିକ ସଂଘ ମଧ୍ୟ ରେ ବିବାଦ ଏବେ ଉଗ୍ର ରୂପ ନେବାରେ ଲାଗିଛି। ଦିନକୁ ଦିନ ଏହି ବିବାଦ ବଢିବାରେ ଲାଗିଛି ସିନା ତୁଟିବାର ନାମ ଧରୁନାହିଁ। କେନ୍ଦୁଝର ଜିଲ୍ଲା ମାଲିକ ସଂଘ ର ଅଭିଯୋଗ ଅନୁସାରେ କେନ୍ଦୁଝର ଜିଲ୍ଲାରେ ଏସିଆ ମହାଦେଶର ସବୁଠାରୁ ଅଧିକ ଲୁହା ପଥର ଗଛିତ ହୋଇ ରହିଛି। ତେଣୁ ଏହି ଜିଲ୍ଲାରୁ ବିଭିନ୍ନ ସ୍ଥାନରୁ ପ୍ରତିଦିନ ହଜାର ହଜାର ସଂଖ୍ୟା ରେ ଟ୍ରକ ଏହି ଖଣିଜ ପଦାର୍ଥ ପରିବହନରେ ନିୟୋଜିତ ହୋଇଥାନ୍ତି। କେନ୍ଦୁଝର ଟ୍ରକ ମାଲିକମାନଙ୍କ କହିବାନୁସାରେ, ସେହି କ୍ରମରେ ନିୟମ ଅନୁସାରେ କେନ୍ଦୁଝର କୁ ଆସୁଥିବା ଟ୍ରକ ମାନେ ଧାଡିରେ ଆସି ଲୁହା ପଥର ବୋଝେଇ କରି ପାରାଦ୍ୱୀପ କୁ ଖଣିଜ ଦ୍ରବ୍ୟ ପରିବହନ କରିଥାନ୍ତି। ପାରାଦ୍ୱୀପରେ ମଧ୍ୟ ଖଣିଜ ଅନଲୋଡ କରିବା ସମୟରେ ଅନୁରୁପ ଭାବେ ଟ୍ରକ ମାନେ ଲାଇନ ବା ଧାଡିରେ ଧାଡି ଧାଡି ହୋଇ ଯାଇ ଅନଲୋଡ କରିବାର ନିୟମ ରହିଛି। ମାତ୍ର ପାରଦ୍ୱୀପ, କେନ୍ଦ୍ରାପଡା ଓ ଜଗତସିଂପୁର ଅଞ୍ଚଳର ଟ୍ରକ ମାଲିକ ସଂଘ ର ସଭ୍ୟ ମାନେ ନିୟମ ଭାଙ୍ଗି କ୍ୟୁ ବା ଧାଡିରୁ ରୁ ବାହାରି ଅନ୍ୟ ଟ୍ରକୁ ଓଭରଟେକ୍ କରି ଖଣିଜ ପଦାର୍ଥ ଅନ୍ଲୋଡ କରୁଛନ୍ତି। ଏଥିପାଇଁ ସେଠାକାର ପୋଲିସ ଓ ଜିଲ୍ଲା ପ୍ରସାଶନ ମଧ୍ୟ ତାଙ୍କୁ ସହେଯାଗ କରୁଛି। କିନ୍ତୁ ଯଦି କେନ୍ଦୁଝର ଜିଲ୍ଲାର କୌଣସି ଟ୍ରକ ଏହା କରେ ତାକୁ ତୁରନ୍ତ ପୋଲିସ ୨ ରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ କରିବା ସହ କଳା ତାଲିକା ଭୂକ୍ତ କରି ଦିଆଯାଇ ୧୦ ରୁ ୧୫ ଦିନ ପର୍ଯ୍ୟନ୍ତ ଅନଲୋଡ କରାଇ ଦିଆ ନଯାଇ ଠିଆ କରାଇ ଦିଆଯାଉଛି। ଫଳରେ ସେହି ତିନୋଟି ଅଞ୍ଚଳର ଟ୍ରକ ଗୁଡିକ ମାସକ ମଧ୍ୟରେ ପ୍ରାୟ ୮ ରୁ ୯ ଟ୍ରିପ ମାଲ ପରିବହନ କରିପାରୁଥିବା ବେଳେ, କେନ୍ଦୁଝର ଟ୍ରକ ମାନେ ମାସରେ ସର୍ବାଧିକ ମାତ୍ର ୨ ରୁ ୩ ଟ୍ରିପ ଖଣିଜ ପରିବହନ କରି ପାରୁଛନ୍ତି, ଯେଉଁଥି ପାଇଁ ମାଲିକ ମାନେ ଅନେକ କ୍ଷତି ସହୁଛନ୍ତି। ବର୍ତ୍ତମାନ କରୋନା କଟକଣା ଫଳରେ ଦିନ ଦିନ ଧରି ରାସ୍ତା କଡରେ ଠିଆ ହେଉଥିବା ଟ୍ରକର ଚାଳକ ଓ ହେଲପର ମାନେ ଖାଇବାକୁ ନପାଇ ବହୁ ହଇରାଣ ହେଉଛନ୍ତି। ଏହାର ସମାଧାନ ନେଇ କେନ୍ଦୁଝର ଜିଲ୍ଲା ର ସମସ୍ତ ଟ୍ରକ ମାଲକ ସଂଘ ପକ୍ଷରୁ ପାରାଦ୍ୱୀପ ଟ୍ରକ ମାଲିକ ସଂଘକୁ ଏକାଧିକାରବାର ଅନୁରୋଧ ପରେ ମଧ୍ୟ ଫଳ ଘର ଶୂନ ରହିଛି। ଏପରିକି କେନ୍ଦୁଝର ଓ ଜଗତ୍ସିଂପୁର ଜିଲ୍ଲା ପ୍ରଶାସନ ର ହସ୍ତକ୍ଷପ ପରେ ଆଲୋଚନା ହୋଇ ମଧ୍ୟ କିଛି ଲାଭ ହୋଇ ନାହିଁ। ଫଳରେ ପ୍ରତିବାଦ ସ୍ୱରୂପ କେନ୍ଦୁଝର ଜିଲ୍ଲା ର ସମସ୍ତ ଟ୍ରକ ମାଲିକ ସଂଘ ପକ୍ଷରୁ ପାରଦ୍ୱୀପ, ଜଗତସିଂପୁର ଓ କେନ୍ଦ୍ରାପଡା ଅଞ୍ଚଳରୁ ଲୋଡିଂ ପାଇଁ ଆସୁଥିବା ହଜାର ହଜାର ସଂଖ୍ୟାରେ ଟ୍ରକ କୁ ୨୦ ନମ୍ବର ଜାତୀୟ ରାଜପଥର ରାଙ୍କି ବାଇପାସ ଠାରେ ଅଟକ ରଖାଯାଇଛି। କେନ୍ଦୁଝର ଜିଲ୍ଲା ଟ୍ରକ କୁ ସମାନ ଅଧିକାର ଦିଆ ନ ଯିବା ପର୍ଯ୍ୟନ୍ତ ଓ ସମାସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ସେ ଅଞ୍ଚଳର ଟ୍ରକ ଗୁଡିକୁ ଲୋଡିଂ ପାଇିଁ ଛଡାଯିବ ନାହିଁ ବୋଲି କେନ୍ଦୁଝର ଟ୍ରକ ସଂଘ ପକ୍ଷରୁ ସହ ସଂପାଦକ ଦେବୁ ପଟ୍ଟନାୟକ, ଉପ ସଭାପତି ଦୀଲିପ ପଣ୍ଡା, ଟ୍ରକ ମାଲିକ ପ୍ରଦୀପ କୁମାର ମିଶ୍ର ପ୍ରମୁଖ କହିଥିବା ବେଳେ ଡ୍ରାଇଭର ବିଚିତ୍ର ଶର୍ମା, ଚନ୍ମୟ ମଲ୍ଲିକ ପ୍ରମୁଖ ସେମାନେ ଶୀକାର ହୋଇଥିବା ନିର୍ଯ୍ୟାତନା ସଂପର୍କରେ କହିଥିଲେ। ଶେଷ ସୂଚନାନୁସାରେ ଘଟଣାର ସମାଧାନ ପାଇଁ ଆରମ୍ଭ ହୋଇଥିବା ପ୍ରଚେଷ୍ଟାନୁସାରେ ସୋମବାର ଦିନ ଉଭୟ ସଂଘ କର୍ମକର୍ତ୍ତାଙ୍କର ଘଟଗାଁ ଠାରେ ଏକ ବୈଠକ ଆରମ୍ଭ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.