Home ଜିଲ୍ଲା ପରିକ୍ରମା ଦିବଂଗତ ଡା. ରବୀନ୍ଦ୍ରନାଥ ସାହୁଙ୍କୁ ନିଜ ଜନ୍ମମାଟି ବାଲିଅନ୍ତାରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଦିବଂଗତ ଡା. ରବୀନ୍ଦ୍ରନାଥ ସାହୁଙ୍କୁ ନିଜ ଜନ୍ମମାଟି ବାଲିଅନ୍ତାରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

94

ଭୁବନେଶ୍ୱର ୧୬ା୬ (ଓଡ଼ିଆ ପୁଅ) : ଓଡ଼ିଶାର ଲବ୍ଧପ୍ରତିଷ୍ଠ ନେଫ୍ରୋଲୋଜି ପ୍ରଫେସର ଡା. ରବୀନ୍ଦ୍ରନାଥ ସାହୁଙ୍କର ଶ୍ରଦ୍ଧାଞ୍ଜଳିସଭା ତାଙ୍କ ଜନ୍ମମାଟି ବାଲିଅନ୍ତାରେ ସାମାଜିକ ଦୂରତା ରକ୍ଷା କରାଯାଇ ପତିତପାବନ ଯୁବକସଂଘ ଆନୁକୂଲ୍ୟରେ ଆଜି ମଧ୍ୟାହ୍ନରେ କ୍ଲବ ସଭାପତି କ୍ଷୀରୋଦ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ସାହୁ ପରିଚାଳନା କରିଥିବା ବେଳେ ସାଧାରଣ ସମ୍ପାଦକ ଉମାକାନ୍ତ ସାହୁ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରିଥିଲେ। ବ୍ରଜକିଶୋର ସାହୁ ଭଗବତ ଗୀତା ପାଠ କଲାପରେ ମୁଖ୍ୟ ଅତିଥି ପୂର୍ବତନ ଅର୍ଥମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ଡା. ଚିତ୍ତରଂଜନ କର, ବୈଜ୍ଞାନିକ ଡା. ଶରତ ଚନ୍ଦ୍ର ସାହୁ, ଡା. ଆଶିଷ କୁମାର ରାୟ, ଡା. ପରୀକ୍ଷିତ ସାହୁ, ଡା. ସନ୍ତୋଷ କୁମାର ମହାପାତ୍ର, ଡା. ହାପି ପାତ୍ର, ଡା. ସନ୍ତୋଷ କୁମାର ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଧିରେନ୍ କର, ବିନୋଦ କୁମାର ସାହୁ, ପୂର୍ବତନ ସରପଞ୍ଚ ରାଜକିଶୋର ରାଉତରାୟ, ଭୁବନେଶ୍ୱର ସାଂସଦଙ୍କ ପ୍ରତିନିଧି ସିଦ୍ଧେଶ୍ୱର ନାଥ, ସାମାଜିକ କର୍ମୀ ଲକ୍ଷ୍ମୀଧର ବେହେରା, ବେଦବିଦ୍ୱାନ ସୁରେନ୍ଦ୍ର ନାଥ ଛୋଟରାୟ, କୃଷ୍ଣ କେଶବ ଆପଟ୍ଟ, ଡାକ୍ତର ସାହୁଙ୍କ ପୁତ୍ର ଇଂ. ବିଶ୍ୱରଂଜନ ସାହୁ, କନ୍ୟା ଡା. ନିବେଦିତା ସାହୁ, ଜାମାତା ଡା. ରଜତ ମହାନ୍ତି, ଭାଇ ଶିକ୍ଷାବିତ୍ ଅବିନାଶ ସାହୁ ପ୍ରମୁଖ ଡାକ୍ତର ସାହୁଙ୍କର ରାଜ୍ୟର ଜନସାଧାରଣଙ୍କ ପ୍ରତି ନିଃସ୍ୱାର୍ଥପର ଚିକିତ୍ସା ସେବା ଓ ନିଜ ଗ୍ରାମ ଓ ଅଞ୍ଚଳ ପ୍ରତି ଆତ୍ମୀୟତାଭାବର ସ୍ମୃତିରୋମନ୍ଥନ କରି ନିଜ ବକ୍ତବ୍ୟରେ ଭାବବିହ୍ୱଳ ପରିବେଶ ସୃଷ୍ଟି କରିଥିଲେ। ଡାକ୍ତର ସାହୁଙ୍କର ଅଗଣିତ ଶୁଭେଚ୍ଛୁ ଓ ସହପାଠୀ ତଥା ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ‘କରୋନା’ ସଂକ୍ରମଣ ଜନିତ କଟକଣା ହେତୁ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ନ ପାରି ଦିବା ଘ.୧୨.୩୦ମିିନିଟ୍ ସମୟରେ ଅନୁଷ୍ଠିତ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶେଷରେ ଜତୀନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କଲାପରେ ନ ନିରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.