Home ଜିଲ୍ଲା ପରିକ୍ରମା ଦିପ୍ତିସୂର୍ଯ୍ୟ ଭରତେନ୍ଦୁ ବିଶ୍ୱାଳ ଜିଲ୍ଲା ଛାତ୍ର ବିଜେଡି ସଭାପତି

ଦିପ୍ତିସୂର୍ଯ୍ୟ ଭରତେନ୍ଦୁ ବିଶ୍ୱାଳ ଜିଲ୍ଲା ଛାତ୍ର ବିଜେଡି ସଭାପତି

79

ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ନାଆମୀ ଗ୍ରାମର ଉଦୀୟମାନ ଛାତ୍ର ନେତା ଦିପ୍ତିସୂର୍ଯ୍ୟ ଭରତେନ୍ଦୁ ବିଶ୍ୱାଳ ଭଦ୍ରକ ଜିଲ୍ଲା ଛାତ୍ର ଶାଖା ସଭାପତି ଭାବେ ନିଯୁକ୍ତି ପାଇଛନ୍ତି । ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚୟନ କ୍ରମେ ଦଳର ଛାତ୍ର ବୃାପାର ସାଧାରଣ ସମ୍ପାଦକ ତଥା ବିଧାୟକ ବ୍ୟମକେଶ ରାୟ ଏହି ନୁଯୁକ୍ତି ସମ୍ପର୍କରେ ଘୋଷଣା କରିଛନ୍ତି । ଭଣ୍ଡାରିପୋଖରୀ ବ୍ଲକ ୨୨ ନଂ ଜିଲ୍ଲା ପରିଷଦ ସଦସ୍ୟ ତଥା ନାଆମୀ ମହାବିଦ୍ୟାଳୟ ଛାତ୍ର ସଂସଦର ଦୁଇଥର ସଭାପତି ଥିବା ଶ୍ରୀ ବିଶ୍ୱାଳ ଛାତ୍ର ସମୟରୁ ବିଜୁ ଜନତା ଦଳର ସାଙ୍ଗଠନିକ କାର୍ଯ୍ୟରେ ନିଜର ପାରଦର୍ଶିତା ଦେଖାଇ ସଫଳତା ଅର୍ଜ୍ଜନ କରିଥିଲେ । ପରବର୍ତ୍ତି ସମୟରେ ଶ୍ରୀ ବିଶ୍ୱାଳ ନାଆମୀ ସମିତି ସଭ୍ୟ ଭାବେ ପାଞ୍ଚବର୍ଷ ପାଇଁ ଦାଇତ୍ୱ ତୁଲାଇଥିଲେ । ଏଥିସହ ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ଓ ଶୁଳିଆପଦା ବ୍ଲକରେ ଦଳୀୟ ପର୍ଯ୍ୟବେକ୍ଷକ ଭାବେ ଦାଇତ୍ୱ ତୁଲାଇଥିଲେ । ଛାତ୍ରାବସ୍ଥାରୁ ରାଜନୈତିକ କ୍ୟାରିଅର ଆରମ୍ଭ କରି ଶ୍ରୀ ବିଶ୍ୱାଳ ଦଳୀୟ ତୋଙ୍କ ଆସ୍ଥା ଭାଜନ ହୋଇ ଜିଲ୍ଲା ଛାତ୍ର ସଂଗଠନର ସଭାପତି ଭାବେ ଅବସ୍ଥାପିତ ହୋଇଛନ୍ତି । ଛାତ୍ର ଓ ଯୁବ ମହଲରେ ତାଙ୍କ ନିଯୁକ୍ତିକୁ ସ୍ୱାଗତ କରାଯାଇଛି । ଶ୍ରୀ ବିଶ୍ୱାଳଙ୍କ ନେତୃତ୍ୱରେ ଛାତ୍ର ସଙ୍ଗଠନ ଅଧିକ କ୍ରିୟାଶୀଳ ହୋଇପାରିବ ବୋଲି ଆଶା ପ୍ରକାଶ କରାଯାଇଛି । ଏହି ନିଯୁକ୍ତି ପାଇଁ ଶ୍ରୀ ବିଶ୍ୱାଳ ଓ ଭଣ୍ଡାରିପୋଖରୀ ବିଜେଡି ସଙ୍ଗଠନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ କୃତଜ୍ଞତାଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.