ଖୋର୍ଦ୍ଧା,୦୫/୧୧,(ଓଡ଼ିଆ ପୁଅ ପି ନାୟକ): ଋଣ ପରିଶୋଧ କରିନପାରି ଶ୍ରମିକଙ୍କ ଆତ୍ମହତ୍ୟା । ଏଥିପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଜଣେ ଶ୍ରମିକଙ୍କ ଆତ୍ମହତ୍ୟା ଅଭିଯୋଗ । ମୃତକ ଜଣକ କାଇମାଟିଆ ଗାଁର ତ୍ରିନାଥ କାଣ୍ଡି ବୋଲି ଜଣାପଡିଛି । ତେବେ ସୂଚନା ଅନୁସାରେ, ସେ କ୍ରସରରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିଲେ । ପରେ ଦୁଇଟି ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରୁ ସେ ୧,୨୦,୦୦୦ହଜାର ଟଙ୍କା ଋଣ କରିଥିଲେ । ମାତ୍ର କ୍ରସର ବନ୍ଦ ଥିବାରୁ କାମ ଧନ୍ଦା ମିଳିନଥିଲା । ଫଳରେ ଋଣ ପରିଶୋଧ କରିବାରେ ଅସୁବିଧା ହେଉଥିଲା । ଅନ୍ୟପଟେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ତ୍ରୀନାଥଙ୍କଠାରୁ ଟଙ୍କା ନେବା ପାଇଁ ଚାପ ମଧ୍ୟ ପକାଉଥିଲେ । ଏ ସଂପର୍କରେ ତାଙ୍କ ସ୍ତ୍ରୀ ଯଶୋଦା କାଣ୍ଡି ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସ୍ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ।