Home Coronavirus Outbreak ଦିନକରେ ଚିହ୍ନଟ ୨୫ କରୋନା ପଜିଟିଭ୍‌ – ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦, ୯୦୯କୁ ବୃଦ୍ଧି

ଦିନକରେ ଚିହ୍ନଟ ୨୫ କରୋନା ପଜିଟିଭ୍‌ – ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦, ୯୦୯କୁ ବୃଦ୍ଧି

38

ବାଲେଶ୍ୱର, ୧୦ା୧୧ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲ୍ଲାରେ ଗତ କିଛିଦିନ ଧରି ହ୍ରାସ ପାଇଥିବା କରୋନା କାୟା ବିସ୍ତାର ସମ୍ପ୍ରତି ପୁଣି ବଢ଼ିବାରେ ଲାଗିଛି। ଗତକାଲି ଗୋଟିଏ ଦିନରେ ୧୦୭ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ମାତ୍ର ୨୫ ଜଣ ପଜିଟିଭ୍ ଚିହ୍ନଟ ଜିଲ୍ଲାବାସୀଙ୍କ ପାଇଁ କିଛିଟା ଆଶ୍ୱସ୍ତି ଦେଇଛି। ଅଦ୍ୟାବଧି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ୯୦୯ରେ ପହଞ୍ଚିଛି। ତେବେ ସେହି ଅନୁପାତରେ ସୁସ୍ଥ ବୃଦ୍ଧି ପାଇଁ ଆଜି ସୁଦ୍ଧା ମୋଟ ୧୦, ୩୧୭ଜଣ ସୁସ୍ଥ ହୋଇଥିବା ବେଳେ ଏକ୍ଟିଭ୍ ଥିବା ୫୧୪ଜଣ କରୋନା ଆକ୍ରାନ୍ତଙ୍କୁ ଏବେ କୋଭିଡ୍ ହସପିଟାଲରେ ରଖି ଚିକିିତ୍ସା କରାଯାଉଛି। ଅନ୍ୟପକ୍ଷରେ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥାଇ କରେନା କରୋନା ପଜିଟିଭ୍ ଥିବା ବାଲେଶ୍ୱରର ୬୧ ବର୍ଷର ଜଣେ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ହୋଇଯାଇଛି। ଅଦ୍ୟାବଧି ଜିଲ୍ଲ୍ଲାର କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୩ରେ ପହଞ୍ଚିଛି। ତେବେ ଜିଲ୍ଲାରେ ଶୀତର ଲହରି ଆରମ୍ଭ ହୋଇଯାଇଥିବା ବେଳେ କରୋନା ପ୍ରକୋପ ପୁନର୍ବାର ବୃଦ୍ଧି ପାଇବାର ଯଥେଷ୍ଟ ଆଶଙ୍କା ରହିଛି। ଏଭଳି ସ୍ଥିତିରେ ଜିଲ୍ଲାବାସୀ ଅଧିକ ସତର୍କ ରହିବା ସହ ସାମାଜିକ ଦୂରତା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.