Home କନ୍ଧମାଳ ଦାରିଙ୍ଗବାଡ଼ି ବନବିଭାଗ ତରଫରୁ କୁଟୁରା ଉଦ୍ଧାର

ଦାରିଙ୍ଗବାଡ଼ି ବନବିଭାଗ ତରଫରୁ କୁଟୁରା ଉଦ୍ଧାର

262

ବାଲିଗୁଡା, ୨୪/୬-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବନାଞ୍ଚଳ ଅନ୍ତର୍ଗତ ଏ-ଡକେବାଡ଼ି ଅଞ୍ଚଳରୁ ଏକ କୁଟୁରାକୁ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଥିବା ନେଇ ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ ସୂଚନା ଦେଇଛନ୍ତି। ସୂଚନା ପ୍ରକାରେ ପାଖ ଜଙ୍ଗଲରୁ ଏକ କୁଟୁରା ଟି ଏ-ଡକେବାଡ଼ି ଅଞ୍ଚଳକୁ ଆସି ଲଡୁକିଶୋର ସାହୁଙ୍କ ଘର ବାରିପଛ ରେ ରହିଥିଲା। କୁଟୁରା ଟି ଜଙ୍ଗଲ ଭିତରୁ ଚାଲିଆସିଥିବା ନେଇ ସାହି ପଡ଼ିଶା ଲୋକଙ୍କ ସହିତ ଲଡୁ କିଶୋର ସାହୁ ଦେଖିବା ପରେ ସେ ନିଜେ ଏନେଇ ବନ ବିଭାଗ ଅଧିକାରୀ ଓ ଥାନାକୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ବନାଞ୍ଚଳ ଅଧିକାରୀ ଶ୍ରୀ ଧାରୁଆ ଙ୍କ ସମେତ ଫରେଷ୍ଟର ମନ୍ମଥ ପରିଛା, ହରିହର ବେହେରା, ବନରକ୍ଷୀ ସୁବ୍ରତ ନାୟକ ପ୍ରମୁଖ ପହଞ୍ଚି କୁଟୁରା ଟି କୁ ଉଦ୍ଧାର କରିଥିଲେ। ଉଦ୍ଧାର କରିବା ପରେ ଦାରିଙ୍ଗବାଡ଼ି ପଶୁ ଚିକିତ୍ସକ ଚିନ୍ମୟ ସାହୁ କୁଟୁରା ଟି ର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସେ ସୁସ୍ଥ ଥିବା କହିଥିଲେ ଏହାପରେ ବନବିଭାଗ ତରଫରୁ କୁଟୁରା ଟିକୁ ପୁନର୍ବାର ଘଞ୍ଚ ଜଙ୍ଗଲ ଭିତରେ ଛାଡ଼ି ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.