କୋରାପୁଟ ୨୮-୦୩ (ଓଡିଆ ପୁଅ /ରଂଜନ କୁମାର ଦାସ) ଦଶମନ୍ତପୁର ବ୍ଲକର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାଜେନ୍ଦ୍ର ହୁଇକା ନିଜ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଥିବା ଜଣାପଡିଛି। ସେହିପରି କୋରାପୁଟ ବ୍ଲକର ଅନେକ କଂଗ୍ରେସ କର୍ମି ମଧ୍ୟ ବିଜେଡିରେ ଜିଲ୍ଲା ସଭାପତି ଈଶ୍ୱର ପାଣିଗ୍ରାହୀଙ୍କ ଉପସ୍ଥିତିରେ ସାମିଲ ହୋଇଥିଲେ।ଦଶମନ୍ତପୁର ବ୍ଲକ ମୁର୍କାର ପଂଚାୟତର ସମିତି ସଭ୍ୟା ଲକ୍ଷ୍ମୀ ପ୍ରେପେକ୍କା, ନାରାୟଣ ପ୍ରେପେକ୍କା, ୱାର୍ଡ ସଭ୍ୟା ରୁକୁଣା ହିକକା, ଯଦୁ ଜୁନ୍ନେକା, ରମେଶ ଚେଟ୍ଟୀ, ଦିଲିପ କୁମାର ତୁରୁକଙ୍କ ସମେତ ୩୦ରୁ ଉର୍ଦ୍ଧ୍ୱ କଂଗ୍ରେସଏବଂ ବିଜେପି ସମର୍ଥକ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ସେହିପରି କୋରାପୁଟ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ରଘୁରାମ ପଡାଲଙ୍କ ଉପସ୍ଥିତିରେ ସଦର ବ୍ଲକ୍ ମସ୍ତିପୁଟ ପଂଚାୟତ ବାଗ୍ରାଗୁଡା ଗ୍ରାମର ଭଗବାନ ମୁଦୁଲି, ତ୍ରିପତି ଦୋରା, ଚନ୍ଦ୍ର ଶେଖର ଖରା, ନୂଆ କଲୋନୀର ଭାଗବାନ ଖରା ପ୍ରମୁଖ କଂଗ୍ରେସ୍ ଛାଡି ବିଜେଡିରେ ଯୋଗ ଦେଇଛନ୍ତି।ସୂଚନା ଯୋଗ୍ୟ ଯେ ଶ୍ରୀ ହୁଇକା କଂଗ୍ରେସର ଲକ୍ଷ୍ମିପୁର ବିଧାନସଭା ଆସନ ନିମନ୍ତେ ଆସାୟୀ ଥିଲେ ଟିକେଟ ନ ମିଲିବାରୁ ସେ ବିଜେଡିରେ ଯୋଗ ଦେଇଛନ୍ତି।ଏହି ମିଶ୍ରଣ ପର୍ବରେ କୋରାପୁଟ ବିଧାନସଭା ପ୍ରାର୍ଥୀ ରଘୁରାମ ପଡାଲ ଓ ଲକ୍ଷ୍ମିପୁର ପ୍ରାର୍ଥୀ ପ୍ରଭୁ ଜାନି ପ୍ରମୁଖ ଉପସ୍ଥିତ ଥିଲେ।। ଦଶମନ୍ତପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ବିଷୋୟୀ, ବିଜେଡି ନେତା ରାଜେନ୍ଦ୍ର ହୁଇକା, ମାଧବ ଖୋସ୍ଲା ପ୍ରମୁଖ ଉପସ୍ଥିତ ରହି ନବାଗତ ସଦସ୍ୟ ମାନଙ୍କୁ ବିଜେଡିରେ ସ୍ୱାଗତ କରିଥିଲେ।






