Home ଓଡ଼ିଶା ବିଜେପିରେ ମିଶିଲେ ଶତାଧିକ ମହିଳା

ବିଜେପିରେ ମିଶିଲେ ଶତାଧିକ ମହିଳା

345

କୋରାପୁଟ ୨୮-୦୩ (ଓଡିଆ ପୁଅ/ରଂଜନ କୁମାର ଦାସ) ବିଜେପି ନେତା ତଥା କୋରାପୁଟ ସାଂସଦ ପ୍ରାର୍ଥୀ ଜୟରାମ ପାଙ୍ଗିଙ୍କ କୋରାପୁଟ ବାସଭବନରେ ପୌର ପରିଷଦର ୭ ଓ ୮ ନମ୍ବର ୱାର୍ଡର ଶତାଧିକ ମହିଳା ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ପୂର୍ବତନ କାଉନସଲିଲ୍ ମହେଶ୍ୱର ବାଘଙ୍କ ନେତୃତ୍ୱରେ ମହିଳାମାନେ ଦଳରେ ଯୋଗ ଦେଇଛନ୍ତି। କୋରାପୁଟ ସାଂସଦ ପ୍ରାର୍ଥୀ ଜୟରାମ ପାଙ୍ଗି, କୋରାପୁଟ ବିଧାୟକ ପ୍ରାର୍ଥୀ ତ୍ରିପୁରାରୀ ଗରଡା, ଜିଲା ଉପ-ସଭାନେତ୍ରୀ ପୂର୍ଣିମା ନାୟକ, ବିଜେପି ନେତା ବିଜୁ ଦଳେଇ, ସନ୍ତୋଷ ଦାସ, ଅର୍ଜୁନ ଦାସ ପ୍ରମୁଖ ଉପସ୍ଥିତ ରହି ଭାଜପାରେ ଯୋଗ ଦେଇଥିବା ମହିଳାଙ୍କୁ ସ୍ୱାଗତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.