Home ଅପରାଧ ଦଳିତଙ୍କୁ ଆକ୍ରମଣ ମାମଲା, ଏସପିଙ୍କୁ ଭେଟିଲା ଜିଲ୍ଲା ଦଳିତ ସଙ୍ଗଠନ

ଦଳିତଙ୍କୁ ଆକ୍ରମଣ ମାମଲା, ଏସପିଙ୍କୁ ଭେଟିଲା ଜିଲ୍ଲା ଦଳିତ ସଙ୍ଗଠନ

91

ଯାଜପୁର୧୮ା୩ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରାଇ ଥାନା ଅନ୍ତର୍ଗତ ଧନେଶ୍ୱର ପଂଚାୟତର ପଣ୍ଡୁଳା(ମୃତ୍ୟୁଂଜୟପୁର) ଗ୍ରାମରେ ଗତ ୧୧ ତାରିଖ ଦୁଇ ଦଳିତ ବସ୍ତିରେ ହମ୍ପସ ନିର୍ମାଣକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ସବର୍ଣ୍ଣ ମାନେ ଦଳିତ ସାହିରେ ପଶି ମାରପିଟ କରିବାରୁ ତିନିଜଣ ଦଳିତ ଆହତ ହୋଇଥିଲେ । ଏମିତିକି ମହିଳାମାନେ ମଧ୍ୟ ଗଣ୍ଡଗୋଳର ଶିକାର ହୋଇଥିଲେ । ଅଭିଯୋଗ ପରେ ପୁଲିସ ୨ଟି ମାମଲା ରୁଜ୍ଜୁ କରିଥିଲେ ହେଁ ସର୍ତମୂଳକ ଜାମିନରେ ଉଭୟ ପକ୍ଷଙ୍କୁ ଛାଡିଥିଲା । ପଣ୍ଡୁଳା ଆକ୍ରମଣ ମାମଲାରେ କୋରାଇ ପୁଲିସର ଅନ୍ତରପାନ୍ତର ନିତୀର ପ୍ରତିବାଦରେ ଜିଲ୍ଲା ଦଳିତ ଓ ଆଦିବାସୀ ସେବା ସଙ୍ଘ ପକ୍ଷରୁ ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ପହଂଚି ଏସପିଙ୍କୁ ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି ।ଏହାର ପ୍ରତିବାଦରେ ଜିଲ୍ଲା ଦଳିତ ସଙ୍ଘ ଫକ୍ଷରୁ ପୁନଃ ତଦନ୍ତ ଦାବି କରାଯାଇଛି । ଅଭିଯୋଗକୁ ଗ୍ରହଣ କରି ଉକ୍ତ ମାମଲାକୁ ଯାଜପୁରରୋଡ ଏସଡିପିଓ ଚିନ୍ମୟ କୁମାର ନାୟକଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.