Home ଓଡ଼ିଶା ଦର୍ପନାରାୟଣପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସ ନଥିବାରୁ ରୋଗୀ ହନ୍ତସନ୍ତ

ଦର୍ପନାରାୟଣପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସ ନଥିବାରୁ ରୋଗୀ ହନ୍ତସନ୍ତ

134

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୭/୦୫-ଅନେକ ଯାଗାରେ ୧୦୮ ଅମ୍ବୁଲାନ୍ସ ହେବାପରେ ଡାକ୍ତରଖାନାରେ ଥିବା ପୁରୁଣା ଆମ୍ବୁଲାନ୍ସ ଗୁଡିକ ପଡି ପଡି ଖତ ହେଉଛି । କିନ୍ତୁ ଏହିଭଳି କେତେକ ପୁରୁଣା ସ୍ୱାସ୍ଥ୍ୟକେନ୍ଦ୍ର ରହିଛି ଯେଉଁଥିରେ ଆମ୍ବୁଲାନ୍ସ ସେବା ନଥିବାରୁ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି । ଏହିଭଳି ଏକ ସ୍ୱାସ୍ଥ୍ୟ କେନ୍ଦ୍ର ହେଉଛି ଦର୍ପନାରାୟଣପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର । ଯେଉଁ ସ୍ୱାସ୍ଥ୍ୟ କେନ୍ଦ୍ରଟି ୧୯୬୫ ମସିହାରେ ଅବସ୍ଥାପିତ ହୋଇଥିଲା ବୋଲି ସ୍ଥାନୀୟ ଖତିଆ ଗ୍ରାମର ବାସିନ୍ଦା ଜିତେନ୍ଦ୍ର କୁମାର ନାୟକ କୁହନ୍ତି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତ ସୁବିଧା ଥିଲାବେଳେ ଇନ୍‌ଡୋର ବେଡ୍ ଓ ଆମ୍ବୁଲାନ୍ସ ସେବା ନଥିବାରୁ ରୋଗୀମାନେ ନାହିଁ ନଥିଲା ଅସୁବିଧା ଭୋଗ କରୁଛନ୍ତି ବୋଲି ଅଭିଯୋଗ କରନ୍ତି । ୫ଗୋଟି ଗ୍ରାମ ପଂଚାୟତ କେନ୍ଦୁଢିପି, ଖତିଆ, ବଜ୍ରକୋଟ, ବାଉଁଶଗଡ ଓ ଦର୍ପନାରାୟଣପୁର କୁ ମିଶାଇ ୨୦ ରୁ ୨୫ହଜାର ଲୋକ ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି । ଆମ୍ବୁଲାନ୍ସ ସେବା ନିହାତି ଆବଶ୍ୟକ ବୋଲି ଅଭିଯୋଗ କରନ୍ତି ।

ଏ ସମ୍ପର୍କେ ସ୍ଥାନୀୟ କାର୍ଯ୍ୟରତ ଡାକ୍ତର ତାପସ ରଂଜନ ସେନାପତିଙ୍କ ସହ ଯୋଗା ଯୋଗ କରିବାରେ ରୋଗୀମାନଙ୍କ ଅସୁବିଧାକୁ ସ୍ୱୀକାର କରି କୁହନ୍ତି ଆମ୍ଭେ ଗୁରୁତର ରୋଗୀ ଆସିଲେ କେବଳ ସାଲାଇନ୍ ଦେଇ ୧୦୮ ଆମ୍ବୁଲାନ୍ସ ଆସିବା ପାଇଁ ଅପେକ୍ଷା କରିଥାଉ । କିନ୍ତୁ ୧୦୮ ଆମ୍ବୁଲାନ୍ସ ଏଠାରେ ପହଁଚିବା ପାଇଁ ବିଳମ୍ବ ଘଟିଥାଏ । ରୋଗୀମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଅସୁବିଧା ସମ୍ପର୍କେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ୱେତ କୁମାର ମହାପାତ୍ରଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ୧୦୮ ଆମ୍ବୁଲାନ୍ସ ହେବାପରେ ନୟାଗଡ ଜିଲ୍ଲାରେ ଦୁଇ ଦୁଇଟି ଆମ୍ବୁଲାନ୍ସ କାର୍ଯ୍ୟ ନ ପାଇ ପଡି ରହିଛି । କାରଣ ଆମ୍ବୁଲାନ୍ସ ରେ ଲୋକମାନଙ୍କୁ ଅର୍ଥ ଦେବାକୁ ପଡିଥାଏ । କିନ୍ତୁ ୧୦୮ ଓ ୧୦୨ ଆମ୍ବୁଲାନ୍ସ ରେ ଲୋକମାନଙ୍କୁ ଅର୍ଥ ଦେବାକୁ ପଡି ନଥାଏ । ଅଂଚଳବାସୀ ଯଦି ବିଧାୟକଙ୍କ ମାଧ୍ୟମରେ ଦର୍ପନାରାୟଣପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦୮ ଓ ୧୦୨ ଆମ୍ବୁଲାନ୍ସ ନିହାତି ଜରୁରୀ ବୋଲି ଲିଖିତ ଭାବେ ଦେଲେ ଆମ୍ଭେ ତାହା ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଜଣାଇ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇ ପାରିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.