Home ଓଡ଼ିଶା ଦରମା ପାଇ ନଥିବାରୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପୌରପରିଷଦ ସଫେଇ କର୍ମଚାରୀ

ଦରମା ପାଇ ନଥିବାରୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପୌରପରିଷଦ ସଫେଇ କର୍ମଚାରୀ

57

ମାଲକାନଗିରି,୮ା୨ (ଓଡିଆ ପୁଅ ) ମାଲକାନଗିରି ପୌରପରିଷଦ ଅଧିନରେ କାର୍ଯ୍ୟକରୁଥିବା ସଫେଇ କର୍ମଚାରୀ ମାନେ କିଛି ମାସହେଲା ଦରମା ପାଇନଥିବାରୁ ଆଜି ସେମାନେ ଜିଲ୍ଲାପାଳଙ୍କ ଦ୍ୱାରାସ୍ଥ ହୋଇ ତୁରନ୍ତ ସେମାନଙ୍କୁ ଦରମା ଦେବା ପାଇଁ ଦାବି କରିଛନ୍ତି । ସେମାନଙ୍କ ପ୍ରପ୍ୟ ମିଳୁନଥିଲେ ମଧ୍ୟ ସେମାନେ ନିୟମିତ ଭାବେ ନିଜ ନିଜ କାର୍ଯ୍ୟକରିଆସୁଛନ୍ତି । ସେମାନଙ୍କ ଦରମା ମିଳିବା ସଂପର୍କରେ ପୌରପରିଷଦ ନିର୍ବାହି ଅଧିକାରୀ ଙ୍କୁ ବାରମ୍ବାର ଜଣାଇ ଆସୁଥିଲେ ମଧ୍ୟ କିଛି ସୁପଳ ନ ମିଳିବାରୁ ଆଜି ମାଲକାନଗିରି ଜିଲ୍ଲା ପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦରମା ନପାଇ ସହରକୁ ସଫାସୁତର ରଖୁଥିବା ବେଳେ ସେମାନଙ୍କ ପିଲାମାନେ ଭୋକ ଉପବାସରେ ରହୁଛନ୍ତି ତୁରନ୍ତ ଦରମା ସେମାନଙ୍କୁ ପ୍ରଦାନ କରାନଗଲେ ଆଗିମଦିନରେ ଆନ୍ଦୋଳନ ପନ୍ଥା ଅମ୍ବଲମ୍ବନ କରାଯିବ ବୋଲି ସଫେଇକର୍ମଚାରୀ ମାନେ କହିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.