ପୁରୀ ୮-୧୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଜିଲ୍ଲା କଣାସ ବ୍ଲକ ସିପି ଆଇ ଏମ ପକ୍ଷରୁ ଦୋକନ୍ଦା ମେଲଣ ପଡ଼ିଆଠାରୁ କଣାସ ବ୍ଲକ କାର୍ଯ୍ୟଳୟ ପର୍ଯ୍ୟନ୍ତ ଶତାଧିକ ଚାଷୀ, ଶ୍ରମିକଙ୍କୁ ନେଇ ଏକ ବିଶାଳ ରାଲି ଅନୁଷ୍ଠିତ ହୋଇଯାଇଛି। ଦରଦାମ ବୃଦ୍ଧି, ଦୁର୍ନୀତି, ବେକାରୀ ସମସ୍ୟା, କଣାସ ବ୍ଲକ ରେ ବନ୍ୟା ନିୟନ୍ତ୍ରଣ, ଜଳସେଚନ, ନିର୍ମାଣ ଶ୍ରମିକଙ୍କ ବକେୟା ପଞ୍ଜିକରଣ ସାର୍ଟିଫିକେର୍ଟ ପ୍ରଦାନ, କେନ୍ଦ୍ର ସରକାରଙ୍କ କର୍ପରେଟ ସପକ୍ଷ ନୀତି ଓ ଓଡିଶାରେ ବିଜୁଳି ବିଭାଗକୁ ଟାଟାକୁ ବିକ୍ରି ବିରୁଦ୍ଧରେ ଏହି ପ୍ରତିବାଦ ଶୋଭାଯାତ୍ରା କରାଯାଇ ଥିଲା। କଣାସ ବିଡ଼ିଓ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ ଆନ୍ଦୋଳନ କାରୀ। ଏହି ଦାବିପତ୍ରକୁ ବ୍ଲକ ପ୍ରଶାସନ ସାତ ଦିନ ଭିତରେ ବିଚାର ନକଲେ ଆଗାମୀ ଦିନରେ ଗଣଧାରଣା ତୀବ୍ରତର କରାଯିବ ବୋଲି ସିପିଆଇଏମ ର ପୁରୀ ଜିଲ୍ଲା ସଭାପତି ଅଶୋକ ପ୍ରଧାନ କହିଛନ୍ତି।