Home Top News ବୋମାମାଡ ଘଟଣା ପରେ ଦୁଇ ଗାଁ ପୁରୁଷ ଶୂନ୍ୟ : ୩ ପ୍ଲାଟୁନ ପୋଲିସ ଫୋର୍ସ...

ବୋମାମାଡ ଘଟଣା ପରେ ଦୁଇ ଗାଁ ପୁରୁଷ ଶୂନ୍ୟ : ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

62

ପୁରୀ ୮-୧୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଜିଲ୍ଲା ସାତପଡା ନାଥପୁରରେ ଗତକାଲି ବୋମାମାଡ ଘଟଣା ପରେ ଦୁଇଟି ଗାଁ ପୁରୁଷ ଶୂନ୍ୟ ହୋଇପଡିଛି। ଘଟଣାସ୍ଥଳରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପୋଡିଯାଇଥିବା ଦଳିତ ପରିବାରଙ୍କ ଘରକୁ ପ୍ରଶାସନ ପକ୍ଷରୁ ଗତକାଲିଠାରୁ ଶୁଖିଲା ଖାଦ୍ୟ ଯୋଗାଯାଉଛି। ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଅତିରିକ୍ତ ଜିଲ୍ଲାପାଳ, ପିଡି ଡିଆରଡିଏଙ୍କୁ ନେଇ ୩୫ ମୌଜା ସହ ଶାନ୍ତି ପ୍ରତିଷ୍ଠା ପାଇଁ ଆଲୋଚନା ହୋଇଛି। ଏ ନେଇ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଗତ ମାର୍ଚ୍ଚ ମାସରେ କୃଷ୍ଣପ୍ରସାଦ ତହସିଲ ଅଧିନ ବ୍ରହ୍ମପୁର ଗାଁର ପ୍ରାୟ ୪୦ରୁ ଉର୍ଦ୍ଧ ହରିଜନ ଲୋକେ ନିଜ ଗାଁରେ ଜାତିଆଣ ମାମଲାକୁ ନେଇ ଗାଁରୁ ବାସନ୍ଦ ହୋଇଥିଲେ। ସେମାନେ ସାତପଡ଼ା ନାଥପୁର ଗାଁରେ ଏକ ସରକାରୀ ଜମିକୁ ଜବରଦଖଲ କରି ଘର ତିଆରି କରି ରହିବା ପାଇଁ ପ୍ରସ୍ତୁତ ହେଇଥିବା ବେଳେ ସାତପଡ଼ା ଅଞ୍ଚଳର ୩୫ ମୌଜାର ଲୋକେ ସେମାନଙ୍କୁ ବିରୋଧ କରିଥିଲେ। ସେହି ସମୟରେ ବ୍ରହ୍ମଗିରି ତାହସିଲଦାର୍, ପୋଲିସ ୩୫ ମୌଜାର ଲୋକେ ସାତପଡ଼ା ଫାଣ୍ଡିରେ ଏକ ଚୁକ୍ତି ପତ୍ର କରାଯାଇଥିଲା। କରୋନା ସମୟ ଥିବାରୁ ସେମାନଙ୍କୁ ସେହି ସ୍ଥାନରେ ଅସ୍ଥାୟୀ ଭାବେ ରହିବା ପାଇଁ କୁହାଯାଇଥିଲା। ସେମାନେ ମଧ୍ୟ ଏହି ଚୁକ୍ତିକୁ ସ୍ବୀକାର କରିବା ସେତେବେଳେ ତହସିଲଦାର କାହ୍ନୁଁ ଚରଣ ଘଡାଇ କହିଥିଲେ। ଏବେ ସେହି ହରିଜନ ଲୋକେ ସେହି ସ୍ଥାନରେ ସ୍ଥାୟୀ ଭାବରେ ଘର ନିର୍ମାଣକୁ ୩୫ ମୌଜାର ଲୋକେ ବାରଣ କରିବାରୁ ସେମାନେ ୩୫ ମୌଜାର ଲୋକଙ୍କୁ ଗାଳି ଗୁଲଜ କରିବା ସହିତ ଧମକାଇଥିବାରୁ ଆଜି ୩୫ ମୌଜାର ବୈଠକରେ ସେମାନଙ୍କୁ ଡକା ଯାଇଥିଲା, ସେମାନେ ବୈଠକକୁ ନ ଆସି ଯାଇଥିବା ଲୋକଙ୍କୁ ମାଡ଼ ମାରିଥିବାରୁ ଘଟଣା ଉଗ୍ର ରୂପ ନେଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.