Home ଜିଲ୍ଲା ପରିକ୍ରମା ଦରଦାମ ବୃଦ୍ଧିକୁ ନେଇ ନୟାଗଡ଼ ବିଜୁ ମହିଳା ମୋର୍ଚ୍ଚା ପକ୍ଷରୁ ଶୋଭାଯାତ୍ରା

ଦରଦାମ ବୃଦ୍ଧିକୁ ନେଇ ନୟାଗଡ଼ ବିଜୁ ମହିଳା ମୋର୍ଚ୍ଚା ପକ୍ଷରୁ ଶୋଭାଯାତ୍ରା

44

ନୟାଗଡ଼, ୧ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): କେନ୍ଦ୍ର ସରକାରଙ୍କ ଅହେତୁକ ଦରବୃଦ୍ଧି ପ୍ରତିବାଦରେ ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଜୁ ମହିଳା ମୋର୍ଚ୍ଚା ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ସହ ପ୍ରତିବାଦ ସଭା ହୋଇଯାଇଛି। ଜିଲ୍ଳା ବିଜୁ ମହିଳା ମୋର୍ଚ୍ଚା ସଭାନେତ୍ରୀ ବିରଜାଲକ୍ଷ୍ମୀ ସାହୁଙ୍କ ନେତୃତ୍ୱରେ ହଜାର ହଜାର ମହିଳା ବିଜୁ କଲ୍ୟାଣ ମଣ୍ଡପ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି କେନ୍ଦ୍ର ସରକାରଙ୍କ ପେଟ୍ରୋଲ, ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ସ୍ଲୋଗାନ ଦେଇ ସହର ପରିକ୍ରମା କରିବ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଂଚି ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରଥିଲେ। ଏଥିରେ ବିଜେଡି ରାଜ୍ୟ ମହିଳା ନେତ୍ରୀ ଜୟଶ୍ରୀ ଦାସ, ପ୍ରଭାସିନୀ ନନ୍ଦ, ମାଳତୀ ଗୁରୁ, ନୟାଗଡ଼ ବ୍ଳକ ଅଧ୍ୟକ୍ଷା ଗୋଲାପ ଦଳବେହେରା, ବ୍ଳକ ବିଜେଡି ସଭାନେତ୍ରୀ ସୁମତି ପରିଡ଼ା, ପୌରାଂଚଳ ସଭାନେତ୍ରୀ ପୁଷ୍ପଲତା ମହାପାତ୍ର ପ୍ରମୁଖ ସାମିଲ ଥିଲେ। ଏହି ପରିପ୍ରେକ୍ଷିରେ ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ କାଠଚୂଲାରେ ରୋଷେଇ କରି ପ୍ରତିବାଦ କରିଥିଲେ। ସେହିପରିଭାବେ ଦଶପଲ୍ଳା ନିର୍ବାଚନ ମଣ୍ଡଳୀରେ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ ମହିଳା ଏକ ଶୋଭାଯାତ୍ରାରେ ବାହାରି କେନ୍ଦ୍ର ସରକାରଙ୍କ ଦରଦାମ ନୀତିକୁ ସମାଲୋଚନା କରିବା ସହିତ ଦଶପଲ୍ଳା ବ୍ଳକ ବିଡିଓଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.