Home ଜିଲ୍ଲା ପରିକ୍ରମା ଅଫଲାଇନ୍ ଓ ଅନ୍‌ଲାଇନ ମାଧ୍ୟମରେ ଭୋଟର ତାଲିକା ସଂଶୋଧନ ପାଇଁ ବ୍ୟବସ୍ଥା

ଅଫଲାଇନ୍ ଓ ଅନ୍‌ଲାଇନ ମାଧ୍ୟମରେ ଭୋଟର ତାଲିକା ସଂଶୋଧନ ପାଇଁ ବ୍ୟବସ୍ଥା

72

ନୟାଗଡ଼, ୧ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ନୟାଗଡ଼ ଜିଲ୍ଲାରେ ନଭେମ୍ବର ପହିଲାରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ହେବା ସହ ୨୦୨୨ ମସିହା ଜାନୁଆରୀ ୧ ତାରିଖକୁ ଯେଉଁମାନଙ୍କ ବୟସ ୧୮ ହୋଇଥିବ ସେମାନେ ଭୋଟର ତାଲିକାରେ ନାମ ସଂଲଗ୍ନ କରିପାରିବେ ବୋଲି ସୋମବାର ଜିଲ୍ଳାପାଳଙ୍କ ସଦ୍‌ଭାବନା ଗୃହରେ ଏକ ବୈଠକରେ କୁହାଯାଇଛି। ଜିଲ୍ଲାପାଳ ଡ.ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୁଣି ସୂଚନା ଦିଆଯାଇଛିଯେ, ଏଥିଲାଗି ଉଭୟ ଅଫ୍‌ଲାଇନ୍ ଓ ଅନ୍‌ଲାଇନ୍ ପ୍ରକିୟା ମାଧ୍ୟମରେ ଗରୁଡ଼ ଆପ୍ ଲଂଚ କରି ଫର୍ମ ନଂ ୬, ୭ ଓ ୮ ଦ୍ୱାରା ଭୋଟର ତାଲିକା ସଂଶୋଧନ ପାଇଁ ଆବେଦନ କରାଯାଇପାରିବ। ସ୍ୱତନ୍ତ୍ର ପ୍ରଚାର ଦିବସ ଭାବେ ନଭେମ୍ବର ୭ ଓ ୨୧ରେ ସବୁ ବୁଥ୍‌ରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ ଏବଂ ବୁଥ୍‌ସ୍ତରୀୟ ଅଧିକାରୀମାନେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ସୁଦ୍ଧା ଉପସ୍ଥିତ ହୋଇ ନାଗରିକମାନଙ୍କର ଆପତ୍ତି ଅଭିଯୋଗ ଗ୍ରହଣ କରିପାରିବେ। ଚଳିତ ଡିସେମ୍ବର ୨୦ ତାରିଖ ସୁଦ୍ଧା ସମସ୍ତ ଆପତ୍ତି ଅଭିଯୋଗର ଫଇସଲା ହେବା ପରେ ଜାନୁଆରୀ ୫ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଭୋଟର ତାଲିକାରେ ନାମ ସଂଲଗ୍ନ ବା ନାମ ବାଦ୍ କିମ୍ବା ସ୍ଥାନ ପରିବର୍ତ୍ତନ ପାଇଁ ଆବଶ୍ୟକ ପ୍ରମାଣ ପତ୍ର ନାଗରିକମାନେ ଦାଖଲ କରିବାକୁ କୁହାଯାଇଛି। ତେବେ କିପରି ଭାବେ ଜିଲ୍ଲାର ଭିନ୍ନକ୍ଷମ ବ୍ୟକ୍ତିମାନେ ଅଧିକରୁ ଅଧିକ ଭାବରେ ପଂଜିକୃତ ହୋଇପାରିବେ ସେଥିପ୍ରତି ଧ୍ୟାନ ଦିଆଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ବୈଠକରେ ଉପଜିଲ୍ଲାପାଳ ଲଗ୍ନଜୀତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.