Home କେନ୍ଦୁଝର ଦଧିବାବନପୁର ଠାରୁ ବଞ୍ଚୋ ସିଙ୍ଗଡୋବ ରାସ୍ତା ନିର୍ମାଣ ଆରମ୍ଭ

ଦଧିବାବନପୁର ଠାରୁ ବଞ୍ଚୋ ସିଙ୍ଗଡୋବ ରାସ୍ତା ନିର୍ମାଣ ଆରମ୍ଭ

21

ହାଟଡିହି-୨୮ /୧୨ (ଓଡିଆପୁଅ /ବିକାଶ ବିଶ୍ୱାଳ)ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ଦଧିବାବନପୁର ଠାରୁ ବଞ୍ଚୋ ସିଙ୍ଗଡୋବ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ରାସ୍ତା ଉପରେ ବଞ୍ଚୋ ଓ ସିଙ୍ଗାଡବ ସମେତ ଶିବନାରାୟଣପୁର, ପଞ୍ଚୁଗୋଛିଆ ଲୋକମାନେ ଆନନ୍ଦପୁର, କେନ୍ଦୁଝର ଯିବାପାଇଁ ନିର୍ଭର କରିଥାନ୍ତି । ଗତ କିଛିବର୍ଷ ହେଲା ରାସ୍ତାଟିର ଅବସ୍ଥା ଶୋଚନୀୟ ହୋଇପଡିଥିବାରୁ ବହୁ ଦାବିପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨୮ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇ ଏହି ରାସ୍ତା ନିର୍ମାଣ ଆରମ୍ଭ କରାଯାଉଛି । ଏହି ରାସ୍ତା ଉପର ଦେଇ ବଞ୍ଚୋ ବାଲିଘାଟରୁ ବାଲି ପରିବହନ ହେଉଥିବାବେଳେ ଏଠାରୁ ସରକାର ବିପୁଳ ପରିମାଣର ରାଜସ୍ୱ ପାଉଥିଲେ । ମାତ୍ର ଏବେ ରାସ୍ତାକାମ ଚାଲୁଥିବାରୁ ବାଲି ପରିବହନ ହେବାରେ ବାଧା ଉପୁଜୁଛି । ଫଳରେ ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର ପାଇଥିବା ହିତାଧିକାରୀ ମାନେ ବାଲି ପାଇବାରେ ନାନା ସମସ୍ୟା ଭୋଗ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.