Home ଜିଲ୍ଲା ପରିକ୍ରମା ତ୍ରୁଟିପୂର୍ଣ୍ଣ ବିଦ୍ୟୁତ୍ ବିଲ ପ୍ରଦାନକୁ ନେଇ ଅସନ୍ତୋଷ

ତ୍ରୁଟିପୂର୍ଣ୍ଣ ବିଦ୍ୟୁତ୍ ବିଲ ପ୍ରଦାନକୁ ନେଇ ଅସନ୍ତୋଷ

80

ବାଲେଶ୍ୱର, ୯ା୯ (ଓଡ଼ିଆ ପୁଅ/ଅଭୟ ଦାସ): ଦିନକୁ ଦିନ ବିଦ୍ୟୁତ୍ ବିତରଣ ସଂସ୍ଥା ନେସ୍କୋ କର୍ତ୍ତୃପକ୍ଷଙ୍କ ବିଲ୍ ଆଦାୟରେ ତ୍ରୁଟିପୂର୍ଣ୍ଣ ନୀତିକୁ ନେଇ ଜନ ଅସନ୍ତୋଷ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। କରୋନା ଆଳରେ ନେସ୍କୋ କର୍ମଚାରୀମାନେ ପ୍ରଥମେ ଏକକାଳୀନ ୩ ମାସର ବିଲ୍ ଦେଉଥିବା ବେଳେ ସମ୍ପ୍ରତି ୨ମାସର ମିଟର ରିଡିଂକୁ ଦେଖି ବିଲ ପ୍ରସ୍ତୁତ କରୁଛନ୍ତି। କରୋନା ଭଳି ସ୍ଥିତିରେ ସାଧାରଣ ଲୋକଙ୍କ ପାଇଁ ଏହା ବୋଝ ଉପରେ କରୋଡ଼ା ମାଡ଼ ସଦୃଶ ହୋଇଥିବା ଅଭିଯୋଗ ଉଠିଛି। ବିଶେଷ କରି ବାଲେଶ୍ୱର ସହର ତଳି ମେଘଡମ୍ବରୁ ଅଞ୍ଚଳର ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଓ ଗରିବ ପରିବାରଙ୍କ ପାଇଁ ମୁଖ୍ୟ ସମସ୍ୟା ହୋଇଛି। ପୂର୍ବଭଳି ପ୍ରତିମାସ ମିଟର ରିଡିଂ ସହ ପ୍ରଥମ ସପ୍ତାହରୁ ଉପଭୋକ୍ତାଙ୍କୁ ବିଦ୍ୟୁତ୍ବିଲ୍ ପ୍ରଦାନ ପାଇଁ ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି। ନତୁବା ଆଗାମୀ ଦିନରେ ଏହାକୁ ନେଇ ଜନ ଅସନ୍ତୋଷ ଆହୁରି ତୀବ୍ର ହେବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.