Home କନ୍ଧମାଳ ତେନ୍ତୁଳି ଗଛ ପଡ଼ି ଘର ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ୩ ପରିବାରର ୧୨ସଦସ୍ୟ

ତେନ୍ତୁଳି ଗଛ ପଡ଼ି ଘର ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ୩ ପରିବାରର ୧୨ସଦସ୍ୟ

49

ତେନ୍ତୁଳି ଗଛ ପଡ଼ି ଘର ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ୩ ପରିବାରର ୧୨ସଦସ୍ୟ

ବାଲିଗୁଡା,29/08.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନାର କୁମ୍ଭାରୀ ଗାଁ ଉପରସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ବିଳମ୍ବିତ ରାତିରେ କୁମ୍ଭାରୀ ଗାଁ ଗ୍ରାମର ଉପରସାହିରେ ହଠାତ୍‌ ପ୍ରବଳ ପବନ ହେବା ଯୋଗୁଁ ଏକ ତେନ୍ତୁଳି ଗଛ ଭାଙ୍ଗିଯାଇ ଗ୍ରାମର କୁମ୍ବେ ବିଷୋୟୀ ,ଉଗ୍ରେସନ ବିଷୋୟୀ ଏବଂ ମହାଦେବ ବିଷୋୟୀଙ୍କ ଘର ଉପରେ ପଡି ଯାଇଥିଲା । ଫଳରେ ୩ଜଣଙ୍କ ଘର ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଥିବାବେଳେ ୩ ପରିବାରର ୧୨ଜଣ ସଦସ୍ୟ ସୌଭାଗ୍ୟ ବଶତଃ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି । ଘଟଣା ସମ୍ପର୍କରେ ବ୍ରାହ୍ମଣୀଗାଁ ରାଜସ୍ୱ ନିରୀକ୍ଷକ ବିପିନ ବିହାରୀ ଭୂୟାଁଙ୍କ ନିକଟରେ ଲିଖିତ ଅଭିଯୋଗ ପରେ କ୍ଷତିଗ୍ରସ୍ତ ପରିବାରଙ୍କୁ ଗୋଟିଏ ଲେଖାଏଁ ପଲିଥିନ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.