Home ଓଡ଼ିଶା କନ୍ଧମାଳ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରି ଫେରିଛନ୍ତି ମୁଖ୍ୟ ଶାସନ ସଚିବ

କନ୍ଧମାଳ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରି ଫେରିଛନ୍ତି ମୁଖ୍ୟ ଶାସନ ସଚିବ

20

କନ୍ଧମାଳ, ୨୯/୦୮, (ଓଡ଼ିଆ ପୁଅ/ ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଗସ୍ତ ଅବସରରେ ଶରତୋଗା ବୃଦ୍ଧାଶ୍ରମ ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଥିଲେ। ଗତ କିଛି ବର୍ଷ ମଧ୍ୟରେ ଜିଲ୍ଲାରେ ଉନ୍ନୟନମୂଳକ କାର୍ଯ୍ୟ ଜୋରସୋରରେ ଚାଲିଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ। ଗମନା ଗମନ ସାଙ୍ଗକୁ ଜୀବନ ଜୀବିକା ଉପରେ ଗୁରୁତ୍ବ ଦେଇଛନ୍ତି ସରକାର।ସେହିପରି ମେଡିକାଲ କଲେଜ କାମ ଆରମ୍ଭ ହୋଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ବାଲିଗୁଡା ଓ ଜି. ଉଦୟଗିରିରେ ଚାଲିଥିବା ବିଦ୍ୟୁତ୍ କାର୍ଯ୍ୟର ମଧ୍ୟ ତଦାରଖ କରିଛନ୍ତି। ପ୍ରତ୍ୟେକ ପରିବାରକୁ ଯେପରି ବିଜୁଳି ସଂଯୋଗ କରାଯିବ ସେନେଇ ଆଲୋଚନା କରିଛନ୍ତି। ଏହାସହ ପ୍ରତ୍ୟେକ ପରିବାରକୁ ପାନୀୟ ଜଳ ଯୋଗାଣ ଉପରେ ଫୋକସ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। କେଉଁ ଉତ୍ସରୁ ପିଇବା ପାଣି ଆସିବ, କେଉଁ ବ୍ଲକ, ପଞ୍ଚାୟତ ଓ ଗାଁକୁ ଯୋଗାଣ ହେବ, ତାଉପରେ ଗୁରୁତ୍ବ ଦେଇଛନ୍ତି। ଏହାସହ କୃଷି କାର୍ଯ୍ୟ, ଜଳସେଚନ, ପର୍ଯ୍ୟଟନ କ୍ଷେତ୍ର ଉପରେ ମଧ୍ୟ ସବିଶେଷ ଆଲୋଚନା କରି ଫେରିଛନ୍ତି ମୁଖ୍ୟ ଶାସନ ସଚିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.