Home ଓଡ଼ିଶା ତେଜଗାମ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ୬୫ ମୃତ, ଅନେକ ଆହତ

ତେଜଗାମ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ୬୫ ମୃତ, ଅନେକ ଆହତ

816

ନୂଆଦିଲ୍ଲୀ, ୩୧/୧୦, (ଓଡ଼ିଆ ପୁଅ ପି ନାୟକ): ଆଜି ପାକିସ୍ତାନରେ କରାଚିହ ରାଓ୍ୱଲପିଣ୍ଡୀ ତେଜଗାମ ଏକ୍ସପ୍ରେସ ଟ୍ରେନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି। ପଞ୍ଜାବର ଦକ୍ଷୀଣରେ ରହୀମ ୟାର ଖାନ ନିକଟରେ ଏହା ଘଟିଥିବା ସୂଚନା ମିଳିଛି। ତେବେ ମିଳିଥିବା ସୂଚନା ଅନୁସାରେ, ରେଳ ଅଧିକାରୀଙ୍କ ସୂଚନା ମୁତାବକ ରୋଷେଇ କରିବା ପାଇଁ ବ୍ୟବହାର ହେଉଥିବା ଗ୍ୟାସ ସିଲିଣ୍ଡର ଫାଟି ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଏହି ବିସ୍ଫୋରଣ ପରେ ୩ଟି ବଗିରେ ନିଆଁ ବ୍ୟାପିଯାଇଥିଲା। ଯାହାଫଳରେ ପ୍ରାୟ ୬୫ ଜଣ ଯାତ୍ରୀଙ୍କୁ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଗୁରୁତର ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.