Home ଜିଲ୍ଲା ପରିକ୍ରମା ତିହିଡ଼ି ବ୍ଲକରେ ବିଭିନ୍ନ ଅଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ପାଳିତ, ଗୁଡ଼ୁପାଳ ଓ କାଁପଡ଼ାରେ ନବମୀରେ ନବ...

ତିହିଡ଼ି ବ୍ଲକରେ ବିଭିନ୍ନ ଅଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ପାଳିତ, ଗୁଡ଼ୁପାଳ ଓ କାଁପଡ଼ାରେ ନବମୀରେ ନବ କୁମାରୀ ପୂଜା

22

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକର ବିଭିନ୍ନ ଅଞ୍ଚଳରେ ଶାରଦୀୟ ଦୁର୍ଗା ପୂଜା ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି । ବ୍ଲକର ବୋଡ଼କ ବଜାରରେ ୪୨ବର୍ଷରେ ପଦାର୍ପଣ କରିଥିବା ଦୁର୍ଗାପୂଜା ମହା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଯଥା ରୀତି ନୀତି ଅନୁସାରେ ଦଶମୀ ତିଥି ପର୍ଯ୍ୟନ୍ତ ମା’ଙ୍କର ପୂଜାର୍ଚ୍ଚନା କରାଯାଇଥିଲା । ଦୁର୍ଗାପୂଜା ପାଇଁ ମା’ଙ୍କ ମେଢ଼ ସହିତ ବଜାରରେ ଆକର୍ଷଣୀୟ ତୋରଣ ଓ ସାଜସଜ୍ଜା ହୋଇଥିଲା । ସ୍ୱର୍ଗତ ଜଗବନ୍ଧୁ ନାୟକ, ଅନନ୍ତ ପ୍ରସାଦ ପଣ୍ଡା, ପୀତବାସ ସମାଲଙ୍କ ସମେତ ଗୋଲକ ଚନ୍ଦ୍ର ସାମଲ, ପ୍ରହଲ୍ଲାଦ ପତି, ନରହରି ଖଟୁଆ ମା’ଙ୍କ ପୂଜା ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ପୂଜାର କର୍ତ୍ତା ଭାବେ ରବିନାରାୟଣ ଖଟୁଆ, ପୁରୋହିତ ରବିନାରାୟଣ ଦାଶ, ସତ୍ୟପ୍ରକାଶ ପଣ୍ଡା ଓ ବିକାଶ ପଣ୍ଡା ପୂଜାକାର୍ଯ୍ୟ ସମ୍ପନ୍ନ କରିଥିଲେ । ମୁକ୍ତିକାନ୍ତ ନାୟକ, କ୍ଷୀରସିନ୍ଧୁ ବାରିକ, ଶରତ ଚନ୍ଦ୍ର ଜେନା, ପ୍ରଶାନ୍ତ ଖଟୁଆ, ରାଧାକାନ୍ତ ରାଉତ, ଦେବେନ୍ଦ୍ରେ ଭଂଜ, ଜୟୀରମ ଜେନା, ଦୁର୍ଗାଚରଣ ଖଟୁଆ ପ୍ରମୁଖ ପୂଜା ପରିଚାଳନା କରୁଛନ୍ତି । ମହାନବମୀ ତିଥିରେ ନିଆରା ପରମ୍ପରା ସ୍ୱରୂପ ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଗୁଡୁପାଳ ଏବଂ କାଁପଡାରେ ଅନୁଷ୍ଠିତ ଦୁର୍ଗାପୂଜାରେ ଚଳିତ ବର୍ଷ ମଧ୍ୟ ନବକୁମାରୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ୯ଜଣ କୁମାରୀଙ୍କୁ ନୂତନ ପରିଧାନ ପିନ୍ଧାଇ ନବ ଦୁର୍ଗା ବେଶରେ ସଜ୍ଜିତ କରାଯାଇ ପୂଜା ମଣ୍ଡପ ନିକଟକୁ ନିଆଯାଇଥିଲା । ପୂଜାର କର୍ତ୍ତା ସେମାନଙ୍କ ପାଦ ଧୋଇବା ପରେ ଚନ୍ଦନ ଚର୍ଚ୍ଚିତ କରି କୁମାରୀମାନଙ୍କର ପୂଜା କରିଥିଲେ । ସେମାନଙ୍କୁ ପୁଷ୍ପାଞ୍ଜଳି ଦିଆଯିବା ସହ ଆଳତି ମଧ୍ୟ କରାଯାଇଥିଲା । ବ୍ଲକର ବାରୋ ଖାଲସା, ପିରହାଟ ପାଢୀସାହି, ବାରବାଟିଆ, କୋହ୍ଲ ପତିସାହି, ଅର୍ଜ୍ଜୁନବିନ୍ଧା ପ୍ରମୁଖ ସ୍ଥାନରେ ମଧ୍ୟ ମହା ଆଡମ୍ବରରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି । ଦଶହରା ପରେ କେତେକ ନନ୍ଦପୁର, ବୁଡ଼ଙ୍ଗ, କୋହ୍ଲ ପତିସାହି ଇତ୍ୟାଦି କେତେକ ସ୍ଥାନରେ ଦେବୀଙ୍କୁ ମେଲାଣି ଦିଆଯାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.