Home ଜିଲ୍ଲା ପରିକ୍ରମା ଅଗ୍ନିଶମ ବିଭାଗ ପକ୍ଷରୁ ପେଟ୍ରୋଲ ପମ୍ପରେ ମକ୍‌ଡ୍ରିଲ

ଅଗ୍ନିଶମ ବିଭାଗ ପକ୍ଷରୁ ପେଟ୍ରୋଲ ପମ୍ପରେ ମକ୍‌ଡ୍ରିଲ

27

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ତରାପୁର ଛକସ୍ଥିତ ବେଳେଶ୍ୱରୀ ପ୍ରେଟ୍ରୋଲ ପମ୍ପରେ ଆଗରପଡ଼ା ଅଗ୍ନିଶମ ବିଭାଗ ପକ୍ଷରୁ ମକ୍‌ଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ନିଆଁ କିପରି ଲାଗେ,ଅଗ୍ନି ନିର୍ବାପକ ଯନ୍ତ୍ର ସହାୟତାରେ ପ୍ରାଥମିକ ଅବସ୍ଥାରେ ନିଆଁକୁ କିପରି ଆୟତ୍ତ କରିବା ପେଟ୍ରୋଲ ପମ୍ପରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର ଗୁଡ଼ିକୁ ଚଳାଇବାର କୈଶଳ ଆଦି ପେଟ୍ରୋଲ ପମ୍ପ କର୍ମଚାରୀ ମାନଙ୍କୁ ଶିକ୍ଷା ଦିଆଯାଇଥିଲା । ଅଗ୍ନିଶମ ଅଧିକାରୀ ସଞ୍ଜିବ କୁମାର ପ୍ରଧାନଙ୍କ ପରିଚାଳନାରେ ଅନୁଷ୍ଠିତ ମକ୍‌ଡ୍ରିଲରେ ମୁଖ୍ୟ ଆଗ୍ନିକ ଭୀମସେନ ନାୟକ,ହାବିଲଦାର କୈଶିକ୍ କୁମାର ରାଉତ,ଆଗ୍ନିକ କୃପାସିନ୍ଧୁ ସାହୁ,ପ୍ରତାପ କୁମାର ସାହୁ ସାମିଲ ଥିଲେ । ମକ୍ ଡ୍ରିଲ ବେଳେ ପେଟ୍ରୋଲ ପମ୍ପର ମାଲିକ ପୁଷ୍ପାଞ୍ଜଳୀ ପାତ୍ର,ଅମର କୁମାର ପାତ୍ର,ଅଜୟ କୁମାର ପାତ୍ର,ସୁରକ୍ଷା ଏଜେନ୍ସିର ତପନ କୁମାର ସାମିଲ ଉପସ୍ଥିତ ଥିଲେ । ମକ୍ ଡ୍ରିଲରେ ପେଟ୍ରୋଲ ପମ୍ପ କର୍ମଚାରୀ ସରୋଜ କୁମାର ସାହୁ ,ଚନ୍ଦନ କୁମାର ଜେନା,ମହେଶ୍ୱର ଦାଶ,ବସନ୍ତ କୁମାର ଜେନା,ସୁଶାନ୍ତ କୁମାର ପାତ୍ର,ଆଲୋକ ବାରିକ,ହରେକୃଷ୍ଣ ବାରିକ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.