Home ଜିଲ୍ଲା ପରିକ୍ରମା ତିହିଡିରେ ସମସ୍ତ ବ୍ୟାଙ୍କ ଅସୁରକ୍ଷିତ ; ରାତିରେ ନାହାଁନ୍ତି ଜଗୁଆଳି

ତିହିଡିରେ ସମସ୍ତ ବ୍ୟାଙ୍କ ଅସୁରକ୍ଷିତ ; ରାତିରେ ନାହାଁନ୍ତି ଜଗୁଆଳି

92

ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ମାଡରେ ରୋଜଗାର ପନ୍ଥା ଏବେ ଠପ୍ ହୋଇଯାଇଛି । ତେଣୁ ଚୋରି ଡକାୟତି ବୃଦ୍ଧି ପାଇଲାଣି । ଗତ ମାସରେ ତିହିଡି ୟୁକୋ ବ୍ୟାଙ୍କ ଉପରେ ନଜର ରଖି ଜଣେ ଗ୍ୟାସ୍ ଏଜେନ୍ସି ମାଲିକ ଟଙ୍କା ଡିପୋଜିଟ୍ କରିବାକୁ ଆସୁଥିବାବେଳେ ୧୧ ଲକ୍ଷ ଟଙ୍କା ମଝି ବାଟରୁ ଲୁଟ୍ କରିନେଲେ । ତେଣୁ ବ୍ୟାଙ୍କ ଗୁଡିକ ଏବେ ଅସୁରକ୍ଷିତ ମନେ ହେଉଛି । ଏପରି ସ୍ଥଳେ ତିହିଡି ଓ ଚାନ୍ଦବାଲି ଅଂଚଳରେ ଥିବା ବ୍ୟାଙ୍କ ଗୁଡିକ ନିଜ ସୁରକ୍ଷା ପାଇଁ ସେପରି କଡା ବ୍ୟବସ୍ଥା କରିଥିବା ମନେ ହେଉନି । ନିଜ ତରଫରୁ ଏହି ବ୍ୟାଙ୍କ ସିକ୍ୟୁରିଟି ବ୍ୟବସ୍ଥା ଓ ଆଲାରାମ ବ୍ୟବସ୍ଥା କରି ନଥିବାବେଳେ କେବଳ ପୁଲିସ୍ ପ୍ରଶାସନ ଉପରେ ଗଡାଇ ଦେଇ ବ୍ୟବସାୟ କରୁଛନ୍ତି । ପୁଲିସ୍ ତନଖିରୁ ଜଣାପଡିଛି ତିହିଡି ବ୍ଲକ୍‌ରେ ୯ଟି ବ୍ୟାଙ୍କ ରହିଛି । ଗଦି ଠାରେ ଥିବା ୟୁକୋ ବ୍ୟାଙ୍କରେ ସିସିଟିଭି ଓ ସାଇରନ୍ ବ୍ୟବସ୍ଥା ଥିଲେ ମଧ୍ୟ ସିକ୍ୟୁରିଟି ବ୍ୟବସ୍ଥା ନାହିଁ । ସେହିପରି ଗୁଆମାଳ ପଂଚାୟତରେ ଥିବା ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସରେ ସିସିଟିଭି, ସାଇରନ୍ ଓ ଦିନ ସିକ୍ୟୁରିଟି ବ୍ୟବସ୍ଥା ରହିଥିଲେ ମଧ୍ୟ ରାତ୍ର ସିକ୍ୟୁରିଟି ବ୍ୟବସ୍ଥା ନାହିଁ । ଗୁରୁତ୍ୱପୂର୍ଣ୍ଣ ବିଲଣା ଗ୍ରାମ୍ୟ ବ୍ୟାଙ୍କରେ ସିକ୍ୟୁରିଟି ବ୍ୟବସ୍ଥା ନାହିଁ । ଏହି ବ୍ୟାଙ୍କ ଦୁଇଥର ଡକାୟତ ଶୀକାର ହୋଇଛି । ତଥାପି ମଧ୍ୟ ସେଠାରେ ସିସିଟିଭି ଓ ସାଇରନ୍ ବ୍ୟବସ୍ଥା ଥିଲେ ମଧ୍ୟ ସିକ୍ୟୁରିଟି ବ୍ୟବସ୍ଥା ଏଯାଏଁ ହୋଇପାରିନାହିଁ । ତିହିଡି ବଜାରରେ ଥିବା ବାଲେଶ୍ୱର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ସିସିଟିଭି ଥିଲେ ମଧ୍ୟ ସାଇରନ୍ ବ୍ୟବସ୍ଥା ନାହିଁ । ଏଠାରେ ରାତ୍ର ଜଗୁଆଳି ରହିଥିଲାବେଳେ ଦିନରେ ସିକ୍ୟୁରିଟି ବ୍ୟବସ୍ଥା ନାହିଁ । ସେହିପରି ପାଳିଆବିନ୍ଧା ଠାରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ସିକ୍ୟୁରିଟି ବ୍ୟବସ୍ଥା ନାହିଁ । ୟୁକୋ ବ୍ୟାଙ୍କ ଦୋଳସାହି ଓ ତିହିଡି ବ୍ରାଞ୍ଚରେ ସାଇରନ୍ ଓ ସିସିଟିଭି ଥିଲେ ମଧ୍ୟ ଦିନରେ କି ରାତିରେ ସିକ୍ୟୁରିଟି ବ୍ୟବସ୍ଥା ନାହିଁ ।

 

 

ସେହିପରି ପୀରହାଟ ଦୌଲତପୁର ଠାରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆରେ ସବୁକିଛି ସୁରକ୍ଷା ବ୍ୟବସ୍ଥା ରହିଛି । ତିହିଡି ବଜାରରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଶାଖାରେ ସିସିଟିଭି, ସାଇରନ୍ ଓ ଦିନ ସିକ୍ୟୁରିଟି ବ୍ୟବସ୍ଥା ଥିଲେ ମଧ୍ୟ ରାତ୍ର ଜଗୁଆଳିର ବ୍ୟବସ୍ଥା ନାହିଁ । ତିହିଡି ବଜାରରେ ଥିବା ଷ୍ଟେଟ୍ ବ୍ୟାଙ୍କ ଏକ ବିପଦଜନକ ଭାବେ କାର୍ଯ୍ୟ କରୁଛି । ବ୍ୟାଙ୍କରେ କୌଣସି କର୍ମଚାରୀ ନୁହଁନ୍ତି ଜଣେ ବେସରକାରୀ ଲୋକଙ୍କ ହାତରେ ବ୍ୟାଙ୍କର ଚାବିକାଠି ରହିଛି । ବ୍ୟାଙ୍କରେ କର୍ମଚାରୀଙ୍କ ପାଇଁ ରୋଷେଇ କରୁଥିବା ଓ ଆଉ ଜଣେ କର୍ମଚାରୀ ସମୁଦାୟ ବ୍ୟାଙ୍କର ଚାବିକାଠିକୁ ହାତରେ ରଖି ସକାଳ ୬ ରୁ ନିଜ କାର୍ଯ୍ୟ ପାଇଁ ବ୍ୟାଙ୍କ ଖୋଲୁଛନ୍ତି । ସିକ୍ୟୁରିଟି କିମ୍ବା ବ୍ୟାଙ୍କ ଅଧିକାରୀ ଆସିବା ପୂର୍ବରୁ ଏହି ବେସରକାରୀ ଲୋକଙ୍କ ହାତରେ ଟଙ୍କା ଭର୍ତ୍ତି ବ୍ୟାଙ୍କର ଚାବିକାଠି ଦେବା କେତେ ସୁରକ୍ଷା ଜନିତ ପ୍ରସଙ୍ଗ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏମାନେ କେବଳ ଚାବିକାଠି ରଖୁନାହାଁନ୍ତି ସକାଳ ୬ ରୁ ନିଜ ମନ ପସନ୍ଦର ଲୋକଙ୍କୁ ବ୍ୟାଙ୍କ ଭିତରକୁ ଅଧା ଗ୍ରୀଲ ଖୋଲି ଡାକି ଲାଇନ୍‌ରେ ଆସି କଷ୍ଟ ଭୋଗିବା ପରିବର୍ତ୍ତେ ସହଜରେ କାମ କରାଇବାର ଯୋଜନା କରୁଛନ୍ତି । ତିହିଡି ଷ୍ଟେଟ୍ ବ୍ୟାଙ୍କର ଏହି ବେସରକାରୀ ପ୍ରୀତି କେଉଁ ଦିନ ଏକ ଅଘଟଣକୁ ଡାକିନେବ, ତାହା କେହି କହିପାରିବେ ନାହିଁ । ସେଥିପାଇଁ କିଏ ଦାୟୀ ରହିବ ଓ ତାହାର ଉତ୍ତରଦାୟୀ, କିଏ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭଗବାନ ନ କରନ୍ତୁ କିଛି ଅଘଟଣ ନଘଟୁ । ତଥାପି ମଧ୍ୟ ସାଧାରଣ ଜନତାଙ୍କ ଅର୍ଥ ରଖିଥିବା ଏହି ବ୍ୟାଙ୍କମାନେ କାହିଁକି ଯେ ଖାମଖିଆଲି ମନୋଭାବ ନେଉଛନ୍ତି, ତାହା ଜଣାପଡୁନି । ପୁଲିସ୍ ବି ଶୀତଳତା ପ୍ରକାଶ କରି ଏମାନଙ୍କୁ ତାଗିଦ କରୁନି ସିକ୍ୟୁରିଟି ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଗୋଟିଏ ପଟେ ବ୍ୟାଙ୍କର କର୍ମଚାରୀ ଅଭାବ ଥିବାବେଳେ ଏହି ସୁଯୋଗରେ ବ୍ୟାଙ୍କ ଭିତରେ ଗ୍ରାହକ ଏମିତି ହେଉଛନ୍ତି ଯେ କେତେବେଳେ ଅଘଟଣ ହିଁ ଘଟିବା ଅସମ୍ଭବ ନୁହଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.