Home ଓଡ଼ିଶା ତିନି ମାସ ମଧ୍ୟରେ ଅଚିହ୍ନା ରୋଗରେ ୧୭ମୃତ,ଘଟଣାସ୍ଥଳରେ ଡାକ୍ତରି ଦଳ ପହଁଚି ପରିସ୍ଥିତି ଅନୁଧ୍ୟାନ କଲେ

ତିନି ମାସ ମଧ୍ୟରେ ଅଚିହ୍ନା ରୋଗରେ ୧୭ମୃତ,ଘଟଣାସ୍ଥଳରେ ଡାକ୍ତରି ଦଳ ପହଁଚି ପରିସ୍ଥିତି ଅନୁଧ୍ୟାନ କଲେ

193

ମାଲକାନଗିରି,୧ା୬ (ଓଡିଆ ପୁଅ )ସମଗ୍ର ବିଶ୍ୱରେ କରୋନା ମହାମାରି ରୂପନେଇ ମାନବ ସମାଜକୁ ଗ୍ରାସକରି ଆତଙ୍କ ସୃଷ୍ଟି କରିଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା କେନ୍ଦୁଗୁଡା ଗ୍ରାମରେ ଅଚିହ୍ନାରୋଗରେ ତିନିମାସ ମଧ୍ୟରେ ପ୍ରାୟ ୧୭ଜଣଙ୍କର ମୃତ୍ୟୁ ହୋଇଥିବାର ଗ୍ରାମବାସୀ ମାନେ କୁହନ୍ତି । ଗତ ୧୦ଦିନ ମଧ୍ୟରେ ୪ଜଣଙ୍କର ମୃତ୍ୟୁ ଘଟାଥିବା ବେଳେ ୭ ଜଣ ଆକ୍ରାନ୍ତ ହୋଇଥିବାର ଜଣାପଡିଛି । ଆଜି ଘଟଣାସ୍ଥଳରେ ଡାକ୍ତରି ଦଳ ପହଁଚି ଅନୁଧ୍ୟାନ ଆରମ୍ଭ କରିଦେଇଛନ୍ତି । ମାଲକାନଗିରି ଜିଲ୍ଲାସ୍ଥ ପେଡାକୋଣ୍ଡା ପଚାଂୟତ ନିକଟବର୍ତି କେନ୍ଦୁଗୁଡା ଆଦିବାସୀ ଗ୍ରାମରେ ଗତ ମାର୍ଚ ମାସ ଠାରୁ ଏହି ଅଚିହ୍ନାରୋଗ ଆରମ୍ଭ ହୋଇ ଜଣଙ୍କ ପରେ ଜଣଙ୍କର ମୃତ୍ୟୁଘଟିଚାଲିଛି । ଆକ୍ରାନ୍ତ ମାନଙ୍କର ପ୍ରଥମେ ଗୋଡ,ହାତ ଫୁଲିଯିବା ସହ ଦୁଇରୁ ତିନିଦିନ ଧରି ଜ୍ୱର ଲାଗିରହୁଛି, କେତେଜଣଙ୍କର ଗୋଡ ଠାରୁ ଅଟାଂ ପର୍ଯ୍ୟନ୍ତ ଅକାଲୁଆ ହୋଇ ଚଲାବୁଲା କରି ନପାରି ବିଛଣାରେ ପଡି ପଡି କିଛି ଦିନପରେ ମୃତ୍ୟୁ ଘଟୁଥିବାର ଦେଖିବାକୁ ମିଳୁଛି । ଆଜି ଗତକାଲି ରାତ୍ରରେ କେନ୍ଦୁଗୁଡା ଗ୍ରାମର ମୁନା କବାସୀ(୨୨) ନାମକ ଜଣେ ଆଦିବାସୀ ଯୁବକର ମୃତ୍ୟୁ ଘଟିଥିବା ବେଳେ ଶନିବାର ଦିନ ସମରା କବାସୀ(୨୫) ଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ଦିନମଧ୍ୟରେ ଉଙ୍ଗା ମାଡକାମି,ଆଇତା ମୁସାକି ଙ୍କର ମୃତ୍ୟୁ ହୋଇଛି । ଗତ ମାର୍ଚ ଓ ଅପ୍ରିଲ ମାସରେ ଲକ୍ଷ୍‌ମା ସୋଡି,ଏରା କୁରାମୀ,ଭିମା କବାସୀ, ସୁଲେ କବାସୀ,ରାମଚନ୍ଦ୍ର ମାଡକାମୀ,ଆଇତା ମାଡକାମୀ, ଆଡମା ମାଡକାମି ଙ୍କୁ ମିଶାଇ ଗତ ତିନିମାସ ମଧ୍ୟରେ ପ୍ରାୟ୧୭ଜଣଙ୍କର ମୃତ୍ୟୁଘଟିଥିବାର ଗ୍ରାମବାସୀ ମାନେ କହିଛନ୍ତି । ଏହି ଖବର ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମୀ ଜାଣିବା ପରେ ସେ କେନ୍ଦୁଗୁଡା ଗ୍ରମ କୁ ଗସ୍ତ କରି ମୃତ ପରିବାରଙ୍କୁ ଭେଟି ସମବେଦନା ଜଣାଇଥିଲେ ଓ ଜିଲ୍ଲାମୁଖ୍ୟ ଚିକିତ୍ସାଅଧିକାରୀଙ୍କୁ ଗ୍ରାମରରେ ଅଚିହ୍ନାରୋଗରେ ଲୋକମାନଙ୍କର ମୃତ୍ୟୁ ଘଟୁଥିବା ସଂପର୍କରେ ସୁଚନା ଦେଇଥିଲେ । ଆଜି ସକାଳେ ପାଣ୍ଡ୍ରୀପାଣି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଜ୍ୟୋତି ରଂଜନ ନାୟକ,ପଦ୍ମଗିରି ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମରେଶ ଜେନା ଓ ସ୍ୱାସ୍ଥ୍ୟକର୍ମୀ କେନ୍ଦୁଗୁଡା ଗ୍ରାମରେ ପହଁଚି ଗ୍ରାମବାସୀ ମାନଙ୍କୁ ଭେଟି ମୃତମାନଙ୍କ ସଂପର୍କରେ ପଚାରି ବୁଝିବା ସହିତ ଆକ୍ରାନ୍ତଙ୍କୁ ଜିଲ୍ଲା ହସପିଟାଲ ରେ ଚିକିତ୍ସା ହେବାପାଇଁ ପରାମର୍ଶ ଦେଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ସେହି ଗ୍ରାମରେ ଅସ୍ଥାୟୀ ଚିକିତ୍ସା କ୍ୟାମ୍ପକରି ଆକ୍ରାନ୍ତ ମାନଙ୍କୁ ଭେଟି ସେମାନଙ୍କୁ ପରୀକ୍ଷା କରି ସ୍ୱାସ୍ଥ୍ୟସେବା ଯୋଗାଇ କେତେଜଣଙ୍କୁ ପଦ୍ମଗରି ସ୍ୱସ୍ଥ୍ୟକେନ୍ଦ୍ରକୁ ଚିକିତ୍ସାନିମନ୍ତେ ପଠାଇଥିଲେ । ଏ ସଂପର୍କରେ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଅରୁଣକୁମାର ପାଢୀ ଙ୍କୁ ପଚାରିବାରୁ ସେ କହିଛନ୍ତି କେନ୍ଦୁଗୁଡା ଗ୍ରାମରେ ଗତ ତିନିମାସ ମଧ୍ୟରେ କିଛି ଲୋକଙ୍କର ମୃତ୍ୟୁଘଟିଛି, ସେମାନଙ୍କ ମଧ୍ୟରୁ କିଛି ବୃଦ୍ଧ ଓ ବୃଦ୍ଧା ଅଛନ୍ତି । ଅନ୍ୟମାନଙ୍କର ଗୋଡ ହାତ ଫୁଲିଯାଇ କିଛି ଦିନପରେ ଅଚଳ ହୋଇ ଯାଉଥିବାର ଜଣାପଡିଛି,କିଡନୀ, ଲିଭର,ରକ୍ତହିନତା କିମ୍ବା ହୃଦ ରୋଗ ହେଲେ ଏପରି ଲକ୍ଷଣ ଦେଖା ଦେଇଥାଏ, କିମ୍ବା ଅନ୍ୟ ରୋଗର ଲକ୍ଷଣ ହୋଇଥାଇ ପାରେ । ଆକ୍ରାନ୍ତ ମାନେ ଡାକ୍ତର ଖାନାକୁ ନ ଯାଇ ଡାକ୍ତରଙ୍କୁ ନଦେଖାଇ ଗାଁର ଦିଶାରୀ ଗୁଣିଆ, କ୍ୱାକ ମାନଙ୍କ ନିକଟକୁ ଯାଉଛନ୍ତି । ସେଠାରେ ଭଲ ନହେବା ପରେ ଡାକ୍ତରଖାନା କୁ ଆସିଲା ବେଳକୁ ରୋଗ ବଢି ଶେଷଅବସ୍ଥାରେ ପହଁଚି ଯାଉଛି,କିଏ ଭଲ ହେଉଛି ତ ଆଉ କାହାର ମୃତ୍ୟୁ ଘଟୁଛି, ଗତ ଏପ୍ରିଲ ମାସରେ ସେହି ଗାଁର କିଛି ଆକ୍ରାନ୍ତଙ୍କୁ ହସପିଟାଲରେ ଚିକିତ୍ସା ନିମନ୍ତେ ଅଣା ଯାଇଥିଲା, ସେମାନେ ସୁସ୍ଥ ହୋଇ ଗାଁକୁ ଫେରି ଥିଲେ । ଏହା କୌଣସି ଅଚିହ୍ନା କିମ୍ବା ମାରତ୍ମକ ରୋଗ ନୁହଁ ଏଥିରେ ଭୟଭିତ ହେବାର କିଛି ନାହିଁ, ବର୍ତମାନ କେନ୍ଦୁଗୁଡା ଗ୍ରାମରେ ପରିସ୍ଥିତି ନିୟନ୍ତ୍ରାଣଧିନ ରହିଛି, ସେପରି କିଛି ଭୟାବହ ପରିସ୍ଥତି ସୃଷ୍ଟି ହୋଇ ନାହିଁ । ସେଠାରେ ସ୍ୱତନ୍ତ୍ରଭାବେ ଗତ କାଲିଠାରୁ ଡାକ୍ତର ଟିମ ରହି ଗ୍ରାମବାସୀ ମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି ବୋଲି ସିଡିଏମଓ ଡା. ପାଢୀ କହିଛନ୍ତି । ଅପର ପକ୍ଷରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି କହିଛନ୍ତି ଗତ ତିନିମାସ ମଧ୍ୟରେ କେନ୍ଦୁଗୁଡା ଗୋଟିଏ ଗ୍ରାମରେ ପ୍ରାୟ୧୭ଜଣରୁ ଉର୍ଦ୍ଦ ଆଦିବାସୀ ଲୋକଙ୍କର ଅଚିହ୍ନା ରୋଗରେ ମୃତ୍ୟୁ ଘଟିଥିଲେ ମଧ୍ୟ ଜିଲ୍ଲାପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଗୁରୁତ୍ୱ ନ ଦେଇ ଖାଲି ଅନୁଧ୍ୟାନ ଚଳାଇଛନ୍ତି । ଆକ୍ରାନ୍ତଙ୍କ ଲକ୍ଷଣ ଜଣାପଡୁଥିଲେ ମଧ୍ୟ ରୋଗର ଓ ମୃତ୍ୟୁ ହେବାର କାରଣ କଣ ଜଣାପଡୁନଥିବାରୁ ପ୍ରତି ମାସ କେନ୍ଦୁଗୁଡା ଗ୍ରାମର କିଛି ଲୋକଙ୍କର ମୃତ୍ୟୁଘଟୁଛି ।ତୁରନ୍ତ ଏହି ରୋଗର କାରଣ ପରୀକ୍ଷା କରି ଗ୍ରାମବାସୀ ମାନଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ଶ୍ରୀ ପଡିଆମି ଦାବିକରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.