Home ଓଡ଼ିଶା ତିନି ଦିନରେ ୪୭ ଜଣଙ୍କର ବିଷପାନ କରି ଆତ୍ମହତ୍ୟା ଉଦ୍ୟମକୁ ନେଇ ସାଧାରଣରେ ପ୍ରତିକ୍ରିୟା

ତିନି ଦିନରେ ୪୭ ଜଣଙ୍କର ବିଷପାନ କରି ଆତ୍ମହତ୍ୟା ଉଦ୍ୟମକୁ ନେଇ ସାଧାରଣରେ ପ୍ରତିକ୍ରିୟା

201

ବଲାଙ୍ଗୀର, ୨୫-୦୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାରେ ତିନି ଦିନ ମଧ୍ୟରେ ୪୭ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିବା ପରି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଥାନା ଅନ୍ତର୍ଗତ ଗୁଞ୍ଜିତରା ଗ୍ରାମର ଜୟରାମ ଧରୁଆ (୨୬) ନାମକ ଜଣେ ଯୁବକ ଗେମାକସିନ ପିଇ ଦେଇ ଗୁରୁତର ଅବସ୍ଥାରେ ପରିବାର ଲୋକେ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସେହିପରି ଗତ ରବିବାର ଠାରୁ ମଙ୍ଗଳବାର ମାତ୍ର ତିନି ଦିନରେ ସାତ ଜଣ ଏପରି ବିଷପାନ କରି ଏହି ଡାକ୍ତର ଖାନାରେ ଭର୍ତ୍ତି ଥିବା ବେଳେ ଦୁଇ ଜଣଙ୍କୁ ବଲାଙ୍ଗୀର ମେଡ଼ିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ସେହିପରି ଜିଲ୍ଲାରେ ସମୁଦାୟ ୪୭ ଜଣ ବିଷପାନ କରିଥିବା ସୂଚନା ପ୍ରଦାନ କରାଯାଇଛି।

ପଶ୍ଚିମ ଓଡ଼ିଶାରେ ନୁଆଁଖାଇ ପର୍ବ ପାଳନ ବେଶ ଯାକ ଜମକରେ ପାଳିତ ହୋଇଥାଏ, ଅଧିକାଂଶ ଗ୍ରାମାଞ୍ଚଳରେ ଥିବା ଚାଷୀ ପରିବାର ଲୋକେ ନୂଆଁଖାଇ ପାଳନର ପର ଦିନ ମଦ ପିଇ ଆନନ୍ଦ ଉଲ୍ଲାସ ସହ ଆମିଷ ବ୍ୟବସ୍ଥା କରାଯାଇଥାଏ। ହେଲେ ଏହି ମଦ୍ୟପାନରୁ ଗଣ୍ଡଗୋଳ ସୃଷ୍ଟି ହେଉଥିବା ବେଳେ ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୪୭ ଜଣ କେବଳ ନା ନା ପ୍ରକାରର ସାର, ଗାମାକ୍ସିଂନ, ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରି ଥିବା ପରି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସେହିପରି ପ୍ରକୃତରେ ଏପରି ଉଦ୍ୟମର କଣ କାରଣ ରହିଛି ସେ ନେଇ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.