Home ଓଡ଼ିଶା ତିନି କଳା କୃଷି ଆଇନ ପ୍ରତୟାହାର ଚାଷୀସମାଜର ଐତିହାସିକ ବିଜୟ:କିଷାନ କଂଗ୍ରେସ

ତିନି କଳା କୃଷି ଆଇନ ପ୍ରତୟାହାର ଚାଷୀସମାଜର ଐତିହାସିକ ବିଜୟ:କିଷାନ କଂଗ୍ରେସ

112

ଭୁବନେଶ୍ୱର ୧୯/୧୧ (ଓଡ଼ିଆ ପୁଅ) – କେନ୍ଦ୍ର ବିଜେପି ସରକାର ଗତ ବର୍ଷେ ତଳେ ଯେଉଁ ତିନୋଟି କୃଷି ଆଇନ ପ୍ରଣୟନ କରିଥିଲେ ଏହା ସମ୍ପୂର୍ଣ୍ଣ କୃଷି ଓ କୃଷକ ବିରୋଧୀ। ଯଦ୍ୱାରା ପୁଞ୍ଜିପତିମାନେ ଲାଭ ଉଠାଇବା ବେଳେ ଚାଷୀମାନେ ତଳିତଳାନ୍ତ ହୋଇଥାନ୍ତେ। ଏହି ନୀତିର ବିରୋଧ କରି ସମଗ୍ର ଭାରତ ବର୍ଷର ଚାଷୀସଂଗଠନ ବିଶେଷ କରି ଭାରତୀୟ ଜାତୀୟ କଂଗ୍ରେସ ଓ ଆମ ପ୍ରିୟ ନେତା ଶ୍ରୀ ରାହୁଳଗାନ୍ଧୀଙ୍କ ନେତୃତ୍ୱରେ ସଂସଦ ବାହାରେ ଓ ସଂସଦ ଭିତରେ ଯେପରି କଳା କୃଷି ଆଇନକୁ ବିରୋଧ ଜାରି ରଖିଲେ ଏବେ ତାହାର ଫଳ ମିଳିଲା। ମୋଦି ସରକାର ଏଥିରେ ମୁଣ୍ଡ ନୁଆଇଁଲେ ଓ କରିଥିବା ଅକ୍ଷମଣୀୟ ଅପରାଧ ପାଇଁ ଦେଶବାସୀଙ୍କୁ କ୍ଷମା ମାଗିଲେ। ଯାହାକି ଚାଷୀଙ୍କର ଐତିହାସିକ ବିଜୟ। କିନ୍ତୁ ଏହି ଆଇନକୁ ସାମ୍ବିଧାନିକ ପ୍ରକ୍ରିୟାରେ ତୁରନ୍ତ ପ୍ରତ୍ୟାହାର କରାଯିବା ସହ ଏମଏସ୍‌ପିକୁ ଆଇନଗତ ମାନ୍ୟତା ନ ମିଳିବା ପର୍ଯ୍ୟନ୍ତ ଚାଷୀ ଆନ୍ଦୋଳନ ଜାରି ରହିବ ଏବଂ ଏଥିରେ କିଷାନ କଂଗ୍ରେସ ସମ୍ପୂର୍ଣ୍ଣ ଦୃଢ଼ ସମର୍ଥନ ଦେବ ବୋଲି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.