Home ଓଡ଼ିଶା ଇନ୍ଦିରା ଗାନ୍ଧୀ ସ୍ମୃତି କମିଟି ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଜୀଙ୍କ ୧୦୫ ତମ ଜୟନ୍ତୀ...

ଇନ୍ଦିରା ଗାନ୍ଧୀ ସ୍ମୃତି କମିଟି ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଜୀଙ୍କ ୧୦୫ ତମ ଜୟନ୍ତୀ ଓ ରାଜ୍ୟସ୍ତରୀୟ ଜାତୀୟ ସଂହତି ସମାରୋହ ଅନୁଷ୍ଠିତ

152

ଭୁବନେଶ୍ୱର ୧୯/୧୧ (ଓଡ଼ିଆ ପୁଅ) – ବିଶ୍ୱ ବରେଣ୍ୟା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ୧୦୫ ତମ ପୂଣ୍ୟ ଜୟନ୍ତୀ ଅବସରରେ ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତି ତରଫରୁ ଭୁବନେଶ୍ୱରସ୍ଥିତ ଇନ୍ଦିରା ପାର୍କଠାରେ ସ୍ମୃତି ସ୍ମୃତି କମିଟିର ସାଧାରଣ ସମ୍ପାଦକ ତଥା ପିସିସି କୃଷକ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ସଂଯୋଜନାରେ ରାଜ୍ୟସ୍ତରୀୟ ଜାତୀୟ ସଂହତି ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଡଃ. ଏ. ଚେଲ୍ଲାକୁମାର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ପିସିସିର ପୂର୍ବତନ ସଭାପତି ଶରତ ପଟ୍ଟନାୟକ, ଏଆଇସିସି ସମ୍ପାଦକ ତଥା ଓଡ଼ିଶା ସହ ପ୍ରଭାରୀ ରୁଦ୍ର ରାଜୁ ପ୍ରମୁଖ ବହୁ ନେତୃ ମଣ୍ଡଳୀ ଯୋଗଦେଇ ସ୍ୱର୍ଗୀୟା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସ୍ମୃତି କମିଟିର ଉପ-ସଭାପତି ତଥା ପିସିସି ଉପ-ସଭାପତି ଶିବାନନ୍ଦ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବର୍ଣ୍ଣାଢ଼୍ୟ ସମାରୋହରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସମବେତ ଜନତାଙ୍କୁ ଜାତୀୟ ସଂହତି ଶପଥପାଠ କରାଇଥିଲେ। ବିଭିନ୍ନ ଧର୍ମଗୁରୁଙ୍କ ଦ୍ୱାରା ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହେବା ସହ ଏହି ଅବସରରେ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ତ୍ୟାଗପୂତ ଅମ୍ଳାନ ଗୁଣାବଳୀର ସ୍ମୃତିଚାରଣ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପିସିସି ଗଣମାଧ୍ୟମର ଅଧ୍ୟକ୍ଷ ଗଣେଶ୍ୱର ବେହେରା, କଂଗ୍ରେସ ନେତା ଯଜେ୍ଞଶ୍ୱର, ବିଶ୍ୱଜିତ୍ ଦାସ, ବସନ୍ତ କୁମାର ମହାରଣା, ରଶ୍ମୀ ମହାପାତ୍ର, ମନୋରଞ୍ଜନ ଦାସ, ପଦ୍ମାକର ଗୁରୁ, ସ୍ୱାଧୀନବାଳା ଦାସ ପ୍ରମୁଖ ବହୁ ଇନ୍ଦିରା ପ୍ରେମୀ ଜନସାଧାରଣ ଉପସ୍ଥିତ ଥିଲେ। ସର୍ବଶେଷରେ ଅଖିଳ ଭାରତ ମହିଳା କଂଗ୍ରେସ କମିଟିର ସମ୍ପାଦିକ ତଥା ସ୍ମୃତି କମିଟିର ଅନ୍ୟତମ ସଦସ୍ୟା ସଶ୍ମିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.