Home ଅନୁଗୁଳ ତାଳଚେର ଫର୍ଟିଲାଇଜର ତରଫରୁ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

ତାଳଚେର ଫର୍ଟିଲାଇଜର ତରଫରୁ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

58

ତାଳଚେର, ୧୩/୮ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ଫର୍ଟିଲାଇଜର ଲିଃ ତରଫରୁ ସ୍ୱାଧିନତାର ୭୫ ବର୍ଷ ପୂର୍ତି ଅମୃତ ମହୋତ୍ସବ ବର୍ଷରେ ସାରା ଦେଶରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଟିଏଫଏଲର ମହାପ୍ରବନ୍ଧକ ସତ୍ୟବ୍ରତ ମିଶ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରାରେ ଟିଏଫଏଲ, ପିଡିଆଇଏଲ, ଏଫ୍ସିଆଇଏଲ, ସିଆଇଏସଏଫ୍, କାର୍ଯ୍ୟରତ ସମସ୍ତ ଠିକାସଂସ୍ଥାର ପ୍ରତିନିଧି ତଥା କର୍ମଚାରୀଗଣ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ପ୍ରଥମେ ସିଆଇଏସଏଫ୍ ୟୁନିଟକୁ ଜାତୀୟ ପତାକା ପ୍ରଥମେ ଅର୍ପଣ କରାଯାଇଥିଲା। ତାପରେ ଏହି ଶୋଭାଯାତ୍ରା ମୀନାବଜାର ମୁଣ୍ଡାବଜାର, ହାଉସିଂ ବୋର୍ଡ, ଦେଇ ପ୍ଲାଣ୍ଟ ପରିସରକୁ ଫେରିଥିଲେ। ଏହି ସଚେତନତା ପଦଯାତ୍ରାକୁ ବିକ୍ରମପୁର ପୋଲିସ ଗାଇଡ କରିଥିଲେ। ସୂଚନାଯୋଗ୍ୟ, ଗତ୨୦୨୧ ମସିହା ମାର୍ଚ୍ଚ ୧୨ ତାରିଖ ଠାରୁ ୨୦୨୩ ମସିହା ଅଗଷ୍ଟ ମାସ ୧୫ ତାରିଖ ପର୍ଯ୍ୟନ୍ତ ଆଜାଦୀ କା ଅମୃତ ମହୋତ୍ସବ ସାରା ଦେଶରେ ପାଳନ କରାଯାଉଛି। ଏହାକୁ ମଧ୍ୟ ଟିଏଫ୍ଏଲ ଗତ ୨୦୨୧ ମସିହା ଅଗଷ୍ଟ ମାସ୧୦ତାରିଖରେ ୨ଦିନ ଧରି ପାଳନ କରିଥିଲା। ଏହି ଅବସରରେ ମଧ୍ୟ ଜାତୀୟତା ପ୍ରେମ ଜାଗରିତ ନିମିତ ସଚେତନତା ପଦଯାତ୍ରା ସହ ତାଳଚେରର ବର୍ଷିୟାନ ସ୍ୱାଧିନତା ସଂଗ୍ରାମୀ ବଂଶୀଧର ପ୍ରଧାନ (୧୦୩) ଙ୍କ ବାସଭବନକୁ ଟିଏଫ୍ଏଲର ପ୍ରତିନିଧିମାନେ ଯାଇ ମାନପତ୍ର ଉପଢୌକନ ଓ ପୁଷ୍ପଗୁଚ୍ଛ ସହ ସମ୍ମାନୀତ କରିଥିଲେ। ଏହି ଅବସରରେ ଭୋକାଲ ଫର ଲୋକାଲ କାର୍ଯ୍ୟକ୍ରମ ହିସାବରେ ଓଡିଶୀ ନୃତ୍ୟ, ତଥା ସମ୍ବଲପୁରୀ ନୃତ୍ୟ ମଧ୍ୟ ପରିବେଷଣ କରାଯାଇଥିଲା। ତତ୍ସହିତ ଭାରତବର୍ଷରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ସମସ୍ତ କର୍ମଚାରୀ, ସୁରକ୍ଷା କର୍ମଚାରୀ, ପିଡିଆଇଏଲ, ଏଫସିଆଇଏଲ ତଥା ଠିକାସଂସ୍ଥାର କର୍ମଚାରୀଙ୍କୁ ନେଇ ଗତ ଜୁନ ମାସ୨ ତାରିଖରେ ବିକ୍ରମପୁର ଅତିଥି ଭବନଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପରିକ୍ରମିତ ପଦଯାତ୍ରା ଅଞ୍ଚଳରେ ତଥା ଭାଗ ନେଇଥିବା ସମସ୍ତ ପ୍ରତିନିଧିଙ୍କୁ ସମସ୍ତେ ଆମେ ଭାରତୀୟ ନାଗରିକ ଭାବନା ଆଣିବା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ସମସ୍ତ ନାଗରିକଙ୍କ ମନରେ ଜାତୀୟତା ଭାବ ଉଦ୍ରେକ କରିବା, ଦେଶପ୍ରେମ ଜାଗ୍ରତ କରିବା ନିମିତ ନବ ଗୃହ ସମ୍ମୁଖରେ ଜାତୀୟ ପତାକାକୁ ସମ୍ମାନ ପୂର୍ବକ ଚଳିତ ୧୩ ଅଗଷ୍ଟ ଠାରୁ ୧୫ ଅଗଷ୍ଟ ଠାରୁ ପର୍ଯ୍ୟନ୍ତ ଉଡାଇବା ପାଇଁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମହାପ୍ରବନ୍ଧକ ସତ୍ୟବ୍ରତ ମିଶ୍ରଙ୍କ ସହ ଟିଏଫ୍ଏଲର ମୁଖ୍ୟ ପ୍ରବନ୍ଧକ ସୁଜିତ ହୋତା (ସିଭିଲ), ହରଗୋପାଲ ଗଡି(ପ୍ରକଳ୍ପ), ସୁମନ୍ତ ପ୍ରଧାନ (ସମ୍ପର୍କ)ଅଖିଲ ଶତପଥି, ପିଡିଆଇଏଲର ଆରସିଏମ୍ ୟୁ.ପି ଟୁଡୁ, ସିଆଇଏସଏଫ୍ର ପ୍ରତିନିଧି ଅତିରିକ୍ତ କମାଣ୍ଡାଣ୍ଟ ବିକାଶ ଲମ୍ବେ. ଏଫସିଆଇଏଲର ତତ୍ୱାବଧାରକ ତଥା ଉପଦେଷ୍ଟା ଜିଏମ୍ ଇରଫାନ ମହମ୍ମଦ, ଡ଼. ପ୍ରସନ୍ନ ବରାଳ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ସଚେତନତା ପଦଯାତ୍ରାକୁ ମୁଖ୍ୟ ପ୍ରବନ୍ଧକ(ସମ୍ପର୍କ) ସୁମନ୍ତ ପ୍ରଧାନ ସଞ୍ଚାଳନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.