Home Top News ତାଳଚେର ଏମସିଏଲ୍ ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲ ଭାବେ କାର୍ଯ୍ୟ କରିବା ସହ ୧୦୦ଟି ଭେଂଟିଲେଟର ବ୍ୟବସ୍ଥା...

ତାଳଚେର ଏମସିଏଲ୍ ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲ ଭାବେ କାର୍ଯ୍ୟ କରିବା ସହ ୧୦୦ଟି ଭେଂଟିଲେଟର ବ୍ୟବସ୍ଥା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

43

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ

– ଅନୁଗୁଳ ଜିଲ୍ଲାରେ ବଢ଼ୁଥିବା କୋଭିଡ୍ ମାମଲା ପରିପ୍ରେକ୍ଷୀରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ପତ୍ର
– ଅନୁଗୁଳ ଜିଲ୍ଲାରେ ମେଡ଼ିକାଲ ଭିତିଭୂମିକୁ କାର୍ଯ୍ୟକ୍ଷମ କରିବା ଅତ୍ୟନ୍ତ ଆବଶ୍ୟକ

ନୂଆଦିଲ୍ଲୀ/ଭୁବନେଶ୍ୱର, ଏପ୍ରିଲ ୨୩ (ଓଡ଼ିଆ ପୁଅ) – ଅନୁଗୁଳ ଜିଲ୍ଲାରେ ବଢ଼ୁଥିବା କୋଭିଡ୍‌-୧୯ ମାମଲାକୁ ଦୃଷ୍ଟିରେ ରଖି ତାଳଚେର ସ୍ଥିତ ଏମସିଏଲ୍ ହସ୍ପିଟାଲକୁ କୋଭିଡ଼-୧୯ ହସ୍ପିଟାଲରେ କାର୍ଯ୍ୟ କରିବା ପାଇଁ ଅନୁମତି ଦେବା ସହ ଖୁବ ଶୀଘ୍ର ଏହି ହସ୍ପିଟାଲରେ ଆଇସିୟୁ ସୁବିଧା ଓ ୧୦୦ଟି ଭେଂଟିଲେଟର ବ୍ୟବସ୍ଥା କରିବା ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ବର୍ତମାନ ଭାରତ କୋଭିଡ-୧୯ର ଦ୍ୱିତୀୟ ଲହରୀ ସହ ଲଢ଼େଇ କରୁଛି। ଭାରତର ଟିକାକରଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନିଆଯାଇଥିବା ବଳିଷ୍ଠ ପଦକ୍ଷେପକୁ ସମର୍ଥନ କରିବା ପାଇଁ ତଥା ଦେଶରେ ଦ୍ରୁତ ଗତିରେ ବଢୁଥିବା କୋଭିଡ -୧୯ ର ମାମଲା ଗୁଡ଼ିକର ଚିକିତ୍ସା ପାଇଁ ସମସ୍ତ ଉପଲବ୍ଧ ସ୍ୱାସ୍ଥ୍ୟ ଭିତିଭୂମିକୁ ବୃଦ୍ଧି କରିବା ଆବଶ୍ୟକ। ଓଡ଼ିଶାରେ କୋଭିଡ୍ ମାମଲା ଦ୍ରୁତ ଗତିରେ ବଢ଼ୁଥିବା ବେଳେ ନିକଟରେ ଦୈନିକ ନୂଆ ସଂକମ୍ରଣ ୪ ହଜାର ୭୬୧କୁ ବୃଦ୍ଧି ପାଇଛି। ଅନୁରୂପ ଭାବେ ପତ୍ର ଲେଖିବା ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୪୫୩ଟି ସକ୍ରିୟ କୋଭିଡ୍ ମାମଲା ରହିଥିବା ବେଳେ ପ୍ରତିଦିନ ୮୧ରୁ ଅଧିକ ନୂଆ କୋଭିଡ୍ ରୋଗୀ ଚିହ୍ନଟ ହେଉଛନ୍ତି। କୋଭିଡର ପ୍ରଥମ ଲହରି ବେଳେ ୧୪୪ ବିଶିଷ୍ଟ ଶଯ୍ୟା ବିଶିଷ୍ଟ ଏବଂ ୬ଟି ଆଇସିୟୁ ୟୁନିଟ୍ ସହ ତାଳଚେର ସ୍ଥିତ ଏମସିଏଲ୍ ହସ୍ପିଟାଲ କୋଭିଡ୍‌଼ ହସ୍ପିଟାଲ ଭାବରେ କାର୍ଯ୍ୟ କରୁଥିଲା। ତେଣୁ ବର୍ତମାନ ସମୟରେ କୋଭିଡ୍‌-୧୯ ମାମଲା ବ୍ୟାପକ ହେଉଥିବା ଏହି ହସ୍ପିଟାଲକୁ ୧୦୦ଟି ଭେଂଟିଲେଟର ପ୍ରଦାନ କରାଗଲେ କୋଭିଡ୍‌ ରୋଗୀମାନେ ବିଶେଷ ଭାବେ ଉପକୃତ ହୋଇପାରିବେ।

ଅନୁଗୁଳ ଜିଲ୍ଲାରେ କୋଭିଡ୍ ମାମଲା ବଢ଼ୁଥିବା ବେଳେ ଏଠାରେ ଜରୁରୀକାଳୀନ ମେଡ଼ିକାଲ ଭିତିଭୂମିକୁ କାର୍ଯ୍ୟକ୍ଷମ କରିବା ଅତ୍ୟନ୍ତ ଆବଶ୍ୟକ। ସେଥିପାଇଁ ତାଳଚେର ସ୍ଥିତ ଏମସିଏଲ୍ ହସ୍ପିଟାଲରେ ଆଇସିୟୁ ସୁବିଧା ସହ କୋଭିଡ୍‌ ହସ୍ପିଟାଲ ଭାବେ ଘୋଷଣା କରିବା ପାଇଁ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତଗତ ହସ୍ତକ୍ଷେପ ଲୋଡ଼ିଛନ୍ତି ଶ୍ରୀ ପ୍ରଧାନ। ଏହାସହ ଅନୁଗୁଳ ଜିଲ୍ଲା ତଥା ଆଖପାଖ ଅଂଚଳରେ ବଢ଼ୁଥିବା କୋଭିଡ୍ ମାମଲା ପାଇଁ ସଠିକ୍ ମେଡ଼ିକାଲ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଏମସିଏଲର ଅଧିକାରୀଙ୍କୁ ଏହି ହସ୍ପିଟାଲରେ ଯଥାଶୀଘ୍ର ୧୦୦ଟି ଭେଂଟିଲେଟରର ବ୍ୟବସ୍ଥା କରିବାକୁ ଅନୁମତି ଦେବା ପାଇଁ ଶ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀଙ୍କୁ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.