Home ଅନୁଗୁଳ ତାଳଚେରରେ ବ୍ୟାପକ ବୃକ୍ଷରୋପଣ ନିମନ୍ତେ ଜନବିକାଶ କଲ୍ୟାଣ ସଂଘର ନିବେଦନ

ତାଳଚେରରେ ବ୍ୟାପକ ବୃକ୍ଷରୋପଣ ନିମନ୍ତେ ଜନବିକାଶ କଲ୍ୟାଣ ସଂଘର ନିବେଦନ

41

ତାଳଚେର, ୯/୮ (ଓଡ଼ିଆ ପୁଅ/ଅଜିତ ବେହେରା): ତାଳଚେରରେ ଦିନକୁ ଦିନ ବୃଦ୍ଧି ପାଉଥିବା ପ୍ରଦୂଷଣ ଓ ତାପମାତ୍ରା ତଥା ଜଙ୍ଗଲ କ୍ଷୟ ଘଟଣାକୁ ଆଖି ଆଗରେ ରଖି ତାଳଚେର ଜନବିକାଶ କଲ୍ୟାଣ ସଂଘର ସଭାପତି ଭୂପେନ ଥମ୍ବ ଏବଂ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ମନୋଜ ଶତପଥୀ ଅନୁଗୋଳ ଜିଲ୍ଲା ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ସୌଜନ୍ୟମୂଳକ ଭାବେ ସାକ୍ଷାତ ପୂର୍ବକ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ବୃକ୍ଷରୋପଣ ନିମନ୍ତେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ତାଳଚେର ସ୍ଥିତ ଏମସିଏଲ କର୍ତ୍ତୃପକ୍ଷ ପ୍ରତିବର୍ଷ ପର୍ଯ୍ୟାବରଣ ବାବଦକୁ କୋଟି କୋଟି ଟଙ୍କା ଜଙ୍ଗଲ ବିଭାଗ ଜରିଆରେ ଖର୍ଚ୍ଚ କରୁଛନ୍ତି, ବନ ମହୋତ୍ସବର ଆୟୋଜନ କରାଯାଉଛି। କିନ୍ତୁ ଜଙ୍ଗଲ କେଉଁଠି ସୃଷ୍ଟି ହେଉଛି ତାହା ସନ୍ଦେହ ଘେରରେ ବୋଲି ସାଧାରଣରେ ଆଲୋଚନା ହେଉଛି। ଅଧିଗ୍ରହଣ କରିବାପରେ ଆଜି ପର୍ଯ୍ୟନ୍ତ ଏମସିଏଲ କର୍ତ୍ତୃପକ୍ଷ ତାଳଚେର ଓ କଣିହାଁ ତହସିଲରୁ ଯେଉଁ ପରିମାଣରେ ଶହ ଶହ ଏକର ଜଙ୍ଗଲ ଜମି ନଷ୍ଟ କରି ୯ଟି ପୋଖରିଆ ଖଣିରୁ କୋଇଲା ଉତୋଳନ କାର୍ଯ୍ୟ ଜାରି ରଖିଛନ୍ତି କିନ୍ତୁ ସେହି ଅନୁପାତରେ ଜଙ୍ଗଲ ବିଭାଗ ତାଳଚେର ଅଞ୍ଚଳରେ ବୃକ୍ଷରୋପଣ କରିପାରୁନାହିଁ ଯାହା ଫଳରେ ତାଳଚେର ରେ ବର୍ଷା ଦିନ ମାନଙ୍କରେ ବି ଗ୍ରୀଷ୍ମ ଦିନ ଅନୁଭୂତ ହେଉଛି ବୋଲି ଅଭିଯୋଗ ହୋଇଆସୁଛି। ବର୍ତମାନ ଚାରାରୋପଣ ନିମନ୍ତେ ଅନୁକୂଳ ବାତାବରଣ ରହିଥିବାରୁ ତାଳଚେର ଅଞ୍ଚଳରେ ପ୍ରଚୁର ପରିମାଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେଇ ଯତ୍ନର ସହିତ ନୂତନ ଜଙ୍ଗଲ ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଥମ୍ବ ଏହି ଅବସରରେ ମତପ୍ରକାଶ କରିବାସହ ସହିତ ନାଲକୋ ସ୍ଥିତ ଡ଼ିଅର ପାର୍କର ହରିଣଗୁଡିକୁ ସାତକୋଶିଆ ସ୍ଥାନାନ୍ତର ବଦଳରେ ତାଳଚେର ରାଣୀ ପାର୍କରେ ରଖାଯାଉ ବୋଲି ଉକ୍ତ ଅଧିକାରୀଙ୍କୁ ଅନୁରୋଧ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.