Home କେନ୍ଦ୍ରାପଡ଼ା ଡିଏଭି ପବ୍ଲିକ ସ୍କୁଲରେ ରାକ୍ଷୀ ତିଆରି ପ୍ରତିଯୋଗିତା

ଡିଏଭି ପବ୍ଲିକ ସ୍କୁଲରେ ରାକ୍ଷୀ ତିଆରି ପ୍ରତିଯୋଗିତା

59

କେନ୍ଦ୍ରାପଡ଼ା, ୯ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଡିଏଭି ପବ୍ଲିକ ସ୍କୁଲ ପକ୍ଷରୁ ଆସନ୍ତା ରକ୍ଷାବନ୍ଧନ ଉତ୍ସବ ଅବସରରେ କୁନି କୁନି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରାକ୍ଷୀ ତିଆରି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ଛାତ୍ରଛାତ୍ରୀମାନେ ବହୁ ଉତ୍ସାହର ସହିତ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଛାତ୍ରାଭିଭାବକମାନଙ୍କ ପକ୍ଷରୁ ରାକ୍ଷୀ ତିଆରି ସାମଗ୍ରୀ ଯୋଗାଇ ଦିଆଯାଇଥିଲା। ଏହି ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ସୁନ୍ଦର ଓ ମନୋରମ ରାକ୍ଷୀ ପ୍ରସ୍ତୁତ କରିଥିଲେ। ଏହି ପ୍ରତିଯୋଗିତାକୁ ରିନୁ ମହାନ୍ତି, ଚିନ୍ମୟୀ ଦାଶ, ସୋନାଲି ରାଉତ, ଛନ୍ଦିତା ସାହୁ, ଗାୟତ୍ରୀ ବାରିକ, ସବନମ୍ ମଲ୍ଲିକ, ହରପ୍ରିୟା ଦାଶ, ରାକେଶ ରାଉତ ଓ ଅମ୍ବୁଜ ସେଠୀ ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.