Home ଓଡ଼ିଶା ତାରିଆ ଗ୍ରାମରେ କିଡିନ୍ ରୋଗରେ ୬ମୃତ ଓ ୧୦ ରୁ ଉର୍ଦ୍ଧ ଆକ୍ରାନ୍ତ

ତାରିଆ ଗ୍ରାମରେ କିଡିନ୍ ରୋଗରେ ୬ମୃତ ଓ ୧୦ ରୁ ଉର୍ଦ୍ଧ ଆକ୍ରାନ୍ତ

77

ନୟାଗଡ/୧୭/୧୧(ଓଡିଆ ପୁଅ ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଖଇରପଲ୍ଲୀ ଗ୍ରାମ ପଞ୍ଚାୟତ ତାରିଆ ଗ୍ରାମରେ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ବିଗିଡି ବାରେ ଲାଗିଛି । ଗତ ଦୁଇ ବର୍ଷ ମଧ୍ୟରେ ତାରିଆ ଆଦିବାସୀ ସାହି ରେ ୬ ଜଣ ବ୍ୟକ୍ତି କୁଳମଣୀ ନାୟକ, ପ୍ରମିଳା ନାୟକ, କୈଶଲ୍ୟା ପାତ୍ର, ଶ୍ରୀନିବାସ ନାୟକ, ସୁକାନ୍ତ ନାୟକ ଓ କୁବେର ନାୟକ କିଡିନ୍ ରୋଗରେ ଚିକିତ୍ସିତ ଅବସ୍ତାରେ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହେଉଅଛି । ସେହି ତାରିଆ ଗ୍ରାମରେ ବରିଷ୍ଠ ସାମ୍ବାଦିକ ସନାତନ ସ୍ୱାଇଁ ଙ୍କ ସମେତ ସତ୍ୟବାଦି ମଲ୍ଲ ,ସର୍ବେଶ୍ୱର ସାହୁ, ରତ୍ନାକର ମହାନ୍ତି, ଭାଗୀରଥି ମହାନ୍ତି ପ୍ରମୁଖ ୧୦ ରୁ ଉର୍ଦ୍ଧ ବ୍ୟକ୍ତି କିଡିନ୍ ରୋଗରେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନା ମାଧ୍ୟମରେ ଚିକିତ୍ସିତ ହେଉଥିବା ଜଣାପଡିଛି । ତାରିଆ ଆଦିବାସୀ ସାହିର ଆର୍ତ୍ତବନ୍ଧୁ ପାତ୍ର କୁହନ୍ତି ଯେ କେଉଁ ସମସ୍ୟା ଯୋଗୁଁ ପାନୀୟ ଜଳ କି ଆଉ କଣ ଆମ୍ଭେ ଜାଣିପାରୁନାହୁଁ । କୈଣସି ସରକାରୀ ଅଧିକାରୀ ଏ ପର୍ଯ୍ୟନ୍ତ ଆମ୍ଭ ଗ୍ରାମରେ ଏ ପର୍ଯ୍ୟନ୍ତ ଆମ ଗ୍ରାମକୁ ଆସି ଅନୁଧ୍ୟାନ କରିନାହାନ୍ତି ।

ବରିଷ୍ଠ ସାମ୍ବାଦିକ କିଡିନ୍ ରୋଗାକ୍ରାନ୍ତ ସନାତନ ସ୍ୱାଇଁ କୁହନ୍ତି ପାନୀୟ ଜଳ ଯୋଗୁ  ଗ୍ରାମବାସୀ କିଡିନ୍ ରୋଗରେ ଆକ୍ରାନ୍ତ ବୋଲି ସନ୍ଦେହ କରାଯାଉଅଛି  । ତାହା ଏଯାଏଁ କୈଣସି ସରକାରୀ ଅଧିକାରୀ ଅନୁଧ୍ୟାନ କରିବା ପାଇଁ ତାରିଆ ଗ୍ରାମକୁ ଆସିନାହାନ୍ତି । ଏ ସର୍ମ୍ପକେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶକ୍ତି ମିଶ୍ରଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ମୁଁ କାଲି ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ରାଜସୁନାଖଳା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ବୈଠକ କୁ ଯାଇଥିଲି । ମୋତେ ଏ ବିଷୟରେ କେହି କହି ନାହାନ୍ତି ତେଣୁ ମୁଁ ଜଣାପାରି ନାହିଁ  । ଏବେ ଖବର ପାଇଲି ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଙ୍କୁ ପଠାଇ କିଡିନ୍ ରୋଗ ସର୍ମ୍ପକେ ଅନୁଧ୍ୟାନ କରାଯିବ । ପାନୀୟ ଜଳ ପରୀକ୍ଷଣ ଓ କିଡିନ୍ ରୋଗ ବ୍ୟାପିବା ସର୍ମ୍ପକେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ , ମୁଁ ଯେତେ ଦୂର ଜାଣିଛି ପାନୀୟ ଜଳ ଯୋଗୁଁ କିଡିନ୍ ରୋଗ ବ୍ୟାପେ ନାହିଁ  । ରାଜସୁନାଖଳା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ବଦ୍ୟନାଥ ନନ୍ଦ ଙ୍କୁ ପଠାଇ କିଡିନ୍ ରୋଗ ସର୍ମ୍ପକେ ଅନୁଧ୍ୟାନ କରାଯିବ । କିଡିନ୍ ରୋଗ ବ୍ୟାପିବାର କାରଣ ଜାଣିବା ପାଇଁ ଗ୍ରାମରେ ଉଦ୍‌ବେଗ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.