Home ଓଡ଼ିଶା ତାମିଲନାଡୁ ଠାରେ ଭୋକ ଓପାସରେ ରହିଥିବା ଓଡିଶାର ୧୩ଜଣ ଯୁବତୀଙ୍କୁ ସହାୟତା ଯୋଗାଇଲେ କେନ୍ଦ୍ର...

ତାମିଲନାଡୁ ଠାରେ ଭୋକ ଓପାସରେ ରହିଥିବା ଓଡିଶାର ୧୩ଜଣ ଯୁବତୀଙ୍କୁ ସହାୟତା ଯୋଗାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର

368

ମାଲକାନଗିରି,୧୪ା୫(ଓଡିଆ ପୁଅ ) କରୋନା ମହାମାରୀ ସମଗ୍ର ବିଶ୍ୱ କୁ ଗ୍ରାସକରି ଲକଡାଉନ ପାଇଁ ବିଭିନ୍ନ ସ୍ଥାନରେ କମ୍ପାନିଗୁଡିକ ବନ୍ଦ ହୋଇଯାଇଥିବାରୁ ସେଥିରି କାମକରୁଥିବା ଶ୍ରମିକମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁ ସହରରେ ,ସେଠାରେ ଭୋକଓପାସରେ ଫସିରହିଛନ୍ତି ୧୩ଜଣ ଯୁବତୀ । ସେମାନଙ୍କ ମଧ୍ୟରୁ ମାଲକାନଗିରି ଜିଲ୍ଲାର୧୧ଜଣ ଓ ଭଦ୍ରକ ଜିଲ୍ଲାର ର ୨ଜଣ, ଏମାନେ ତାମିଲନାଡୁର ଏକ ଡ୍ରେସସିଲେଇ କମ୍ପାନିରେ ଚାକିରି କରୁଥିଲେ । କରୋନା ଲକଡାଉନ ପାଇଁ ସେମାନଙ୍କୁ କମ୍ପାନି ଛଟେଇ କରିଦେଲା, ଲକଡାଉନ ପାଇଁ କୌଣସି ଯାନବାହନ ଚଳାଚଳା କରୁନଥିବାରୁ ସେମାନେ ସେଠାରେ ଅଟକି ରହିଯାଇଥିଲେ । ସେମାନଙ୍କ ନିକଟରେ ଯାହା ଟଙ୍କା ପଇସା ଥିଲା ସବୁ ଖାଇବାରେ ସରିଗଲା , ସେ କମ୍ପାନି ସେମାନଙ୍କୁ କିଛି ଖାଇବା କିମ୍ବା ରହିବାର ବ୍ୟବସ୍ଥା ନକରିବାରୁ ଏହି ଯୁବତୀ ମାନେ ବହୁକଷ୍ଟରେ ଦିନ ବିତାଉଥିଲେ । ମାଲକାନଗିରି ଜିଲ୍ଲାର ସମାଜସେବୀ ସଜଂୟ ସରକାରଙ୍କୁ ମାଲକାନଗିରି ଯୁବତୀ ଙ୍କ ପରିବାର ଲୋକେ ଦୁଃଖ ଜଣାଇବାରୁ ସଂଜୟ ଏ ସଂପର୍କ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଣାଇବାରୁ ମନ୍ତ୍ରୀ ଶ୍ରୀ ପ୍ରଧାନ ସଙ୍ଗେ ସଙ୍ଗେ ତାମିଲନାଡୁ ଜିଲ୍ଲାପ୍ରଶାସନ,ପୁଲିସପ୍ରଶାସନ,ମହିଳା କମିଶନର ଙ୍କୁ ଅବଗତ କରାଇଥିଲେ । ସେହି ଯୁବତୀ ମାନଙ୍କ ନିକଟରେ ତାମିଲନାଡୁ ପ୍ରଶାସନିକ ଅଧିକାରୀ,ମହିଳାକମିଶନ ଅଧିକାରୀ ଓ ପୁଲିସ ଅଧିକାରୀ ମାନେ ପହଁଚି ସମସ୍ତ ପ୍ରକାର ଖାଇବା ରହିବା ବ୍ୟବସ୍ଥା କରିଛନ୍ତି ।ସେହି ଯୁବତୀ ମାନେ କିପରି ନିଜ ଘରକୁ ଫେରିବେ ସେ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାମିଲନାଡୁ ଠାରୁ ଓଡିଶା ପର୍ଯ୍ୟନ୍ତ ରେଳ ଟିକେଟ କରିଦେଇଥିବାର ଜଣାପଡିଛି । ରେଳ ଚଳାଚଳ ଆରମ୍ଭ କଲେ ସେହିଯୁବତୀ ମାନେ ନିଜ ନିଜ ଘରେ ପହଁଚିବେ । ଭୋକ ଓପାସରେ ଅସହାୟ ଅବସ୍ଥାରେ ତାମିଲ ନାଡୁରେ ଦୁଃଖରେ ରହିଥିବା ଯୁବତୀ ମାନଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମସ୍ତ ପ୍ରକାର ସହାୟତା ଯୋଗାଇ ସେମାନଙ୍କୁ ଘରକୁ ଫେରିବାର ବ୍ୟବସ୍ଥା କରିଥିବାରୁ ଯୁବତୀ ଓ ସେମାନଙ୍କ ପରିବାର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛିନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.