Home କେନ୍ଦୁଝର ତହସିଲଦାରଙ୍କ ବଦଳି ରଦ୍ଦ ପାଇଁ ଏବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ତହସିଲଦାରଙ୍କ ବଦଳି ରଦ୍ଦ ପାଇଁ ଏବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର

179

ହରିଚନ୍ଦନପୁର,ତା ୨୭ ଜୁଲାଇ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ତହସିଲଦାର ସୁବାଶିଷ ପାଲଟାଙ୍କ ଅଚାନକ ବଦଳି ଘଟଣାକୁ ନେଇ ଅଞ୍ଚଳବାସୀ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ହରିଚନ୍ଦନପୁର ବିଡ଼ିଓଙ୍କ ଦାୟିତ୍ଵରେ ଥିବା ଏବିଡିଓ ବିପ୍ରଚରଣ ପ୍ରଧାନ ଓ ଥାନା ଅଧିକାରୀ ବିଜୟ ମହାପାତ୍ରଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ ଉକ୍ତ ତହସିଲଦାର ହରିଚନ୍ଦନପୁର ଠାରେ କରୋନା କଟକଣାକୁ ସଠିକ୍ ଭାବରେ ଦାୟିତ୍ୱ ତୁଲାଇ ଆସୁଥିବା ବେଳେ ଗରିବ ଅସହାୟଙ୍କ ସାଥି ଥିଲେ । କିନ୍ତୁ ହଠାତ୍ ରାତିଅଧିଆ ତହସିଲଦାରଙ୍କ ବଦଳିକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଯାଇଛି । ଦିନକୁ ଦିନ ଏହି ଅଞ୍ଚଳରେ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ଅଚାନକ ତହସିଲଦାରଙ୍କ ବଦଳିକୁ ନେଇ ଚିନ୍ତାରେ ଅଞ୍ଚଳବାସୀ । ଏହାର ପ୍ରତିବାଦରେ ତହସିଲଦାରଙ୍କ ବଦଳିକୁ ରୋକଦେବା ପାଇଁ ଆଜି ହରିଚନ୍ଦନପୁର ଶତାଧିକ ପୁରୁଷ ଏବଂ ମହିଳା ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ହରିଚନ୍ଦନପୁର ଥାନାଅଧିକାରୀ ଓ ଏବିଡିଓଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି । ଗତ ଶନିବାର ଦିନ ହରିଚନ୍ଦନପୁର ଅଞ୍ଚଳବାସୀ ତହସିଲଦାରଙ୍କ ବଦଳିକୁ ରଦ୍ଧ କରିବା ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏଭଳି ଘଡିସନ୍ଧି ମୁହୁର୍ତରେ ତହସିଲଦାରଙ୍କ ବଦଳିକୁ ରୋକ ଲଗାନଯାଏ ତେବେ ଆଗାମୀ ଦିନରେ ଏଠାକାର ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.