Home ଓଡ଼ିଶା କନ୍ଧମାଳ : ଗାଡି ପାଇଁ ପୁଅ ଛୁରୀ ଭୁସି ମା’କୁ ହତ୍ୟା କଲା

କନ୍ଧମାଳ : ଗାଡି ପାଇଁ ପୁଅ ଛୁରୀ ଭୁସି ମା’କୁ ହତ୍ୟା କଲା

94

କନ୍ଧମାଳ, ୨୭/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଖାସ ଲୁନା ଗାଡ଼ି ପାଇଁ ପୁଅ ଛୁରୀ ଭୁଶି ମା’ଙ୍କୁ ହତ୍ୟା କରିଛି। କନ୍ଧମାଳ ଜିଲା ସଦର ଥାନା ଅନ୍ତର୍ଗତ ମାଝିପଦର ଗ୍ରାମରେ ରବିବାର ରାତିରେ ଏପରି ଅଭାବନୀୟ ଘଟଣା ଘଟିଛି। ଛୁରାମାଡ଼ରେ ଭଉଣୀ, ଭଣଜା ଓ ପୁତୁରା ମଧ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ଫୁଲବାଣୀସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ହତ୍ୟା ଅଭିଯୁକ୍ତ ପୁଅ ଭାଗୀରଥି ବେହେରାଙ୍କୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି। ଘଟଣାରୁ ପ୍ରକାଶ, ରବିବାର ସନ୍ଧ୍ୟାରେ ଭାଗୀରଥୀଙ୍କ ଲୁନା ନେଇ ପୁତୁରା ସାନ୍ତନୁ ବେହେରା କେଉଁଆଡ଼େ ଯାଇଥିବା ବେଳେ ତାହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗାଡ଼ି କିଛି ଅଂଶ ଭାଙ୍ଗି ଥିବାରୁ ମରାମତି ପାଇଁ ଭାଗିରଥୀଙ୍କୁ ସାନ୍ତନୁ ୨ ହଜାର ଟଙ୍କା ଦେଇଥିଲେ। ଭାଗୀରଥି ତାହା ନେବାକୁ ମନା କରି ତାଙ୍କର ନୂଆ ଗାଡ଼ି ଦରକାର ବୋଲି କହିଥିଲେ। ତାଙ୍କୁ ମା’ ଊର୍ମିଳା ଓ ଘରକୁ ଆସିଥିବା ଭଉଣୀ ବୃନ୍ଦାବତୀ ଦେଉରୀ ବୁଝାଇବା ପାଇଁ ଚେଷ୍ଟା କରିଥିଲେ। ଏଥିରେ ଆହୁରୀ ଉତ୍ତ୍ୟକ୍ତ ହୋଇ ଭାଗୀରଥି ଛୁରି ଧରି ଊର୍ମିଳା, ବୃନ୍ଦାବତୀ, ସାନ୍ତନୁଙ୍କ ସମେତ ଭଣଜା ବବୁଲ ଦେଉରୀଙ୍କୁ ଆକ୍ରମଣ କରିଥିଲେ। ଏପରିକି ସେ ପୁତୁରା ସାନ୍ତନୁ ଓ ଭଣଜା ବବୁଲ ସେଠୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ମା’ ଊର୍ମିଳାଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟମାନେ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ଲାଗି ଫୁଲବାଣୀ ଡାକ୍ତରଖାନାକୁ ପଠାଯାଇଛି। ମାଙ୍କୁ ଭାଇ ହତ୍ୟା କରିଥିବା ନେଇ ବୃନ୍ଦାବତୀ ସୋମବାର ସଦର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ନଂ-୬୭/୨୦ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ଊର୍ମିଳାଙ୍କ ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ କରାଇଛି। ଅଭିଯୁକ୍ତ ଭାଗୀରଥିଙ୍କୁ ଅଟକ ରଖାଯାଇ ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ଆଦିତ୍ୟ କୁମାର ସେଠୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.