କୋରାପୁଟ ୨୮-୧୦(ଓଡିଆ ପୁଅ /ରଂଜନ ଦାସ)କୋଟିଆ ଗ୍ରାମପୁଞ୍ଜର ତଳଗଞ୍ଜେଇପଦର ଗ୍ରାମରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଜୀବନଜୀବିକା ନିମନ୍ତେ ସହାୟତା ପ୍ରଦାନ କରାଯାଇଥିବା ଜଣାପଡିଛି ।ବିଡିଓ ସୈାମ୍ୟ ସାର୍ଥକ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବ୍ଲକ ପ୍ରଶାସନ ତରଫରୁ ତଳଗଞ୍ଜେଇପଦର ଗ୍ରାମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପ୍ରଶାସନ ତରଫରୁ ୨୦ ଟି କୁକୁଡା ଘର ,୨୫୦ ଟି କୁକୁଡା ଛୁଆ , ସ୍କୁଲ ପିଲାମାନଙ୍କୁ ୨୫ ଟି ବ୍ୟାଗ ଓ ୨୫ ହଳ ଯୋତା ପ୍ରଦାନ କରାଯାଇଥିବା ବେଳେ ହର୍ଲିକ୍ସ ପ୍ରଦାନ କରାଯାଇଥିବା ଜଣାପଡିଛି । ୨ ଟି ଏସଏଚଜିକୁ ବ୍ୟାଙ୍କରୁ ରୁଣ ନେବା ନିମନ୍ତେ ପଦ କ୍ଷେପ ନିଆଯାଇଥିବା ଜଣାପଡିଛି ।ବିଏଲସି ଫିରୋଜ ଲିମା ଓ ଏମବିକେ ସୁସ୍ମିତା ପାଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।